fbpx

କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକକୁ ଧକ୍କା ଦେଲା ଭ୍ୟାନ୍‌, ୧୩ ମୃତ

Advertisement

ବେଙ୍ଗାଲୁରୁ: ଶୁକ୍ରବାର କର୍ଣ୍ଣାଟକର ହାୱେରୀ ଜିଲ୍ଲା ପୁଣେ- ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୩ ଜଣ ବ୍ୟକ୍ତିଙ୍କ ସମେତ ୩ ଜଣ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ସୂଚନାରୁ ପ୍ରକାଶ ଶୁକ୍ରବାର ବେଲାଗାୱି ଜିଲ୍ଲାରୁ କିଛି ଶ୍ରଦ୍ଧାଳୁ ଫେରିବା ସମୟରେ ହାୱୋରୀ ଜିଲ୍ଲାର ବ୍ୟାଗାଡି ତାଲୁକର ଗୁଣ୍ଡେନହଲ୍ଲୀ କ୍ରସିଂ ପାଖରେ ଛିଡ଼ା ହୋଇଥିବା ଏକ ଲରିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଏହି ଘଟଣା ଶୁକ୍ରବାର ସକାଳ ପ୍ରାୟ ୪ଟା ପାଖାପାଖି ହୋଇଥିବା ଜଣାପଡ଼ିଛି । ତେବେ ଏହି ଭ୍ୟାନରେ ମୋଟ୍ ୧୭ ଜଣ ଯାତ୍ରୀ ଥିଲେ । ସୋମାନଙ୍କ ମଧ୍ୟରୁ ୧୧ ଜଣଙ୍କର ଘଟଣାସ୍ଥଳରେ ଏବଂ ୨ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.