ଓଡିଶା ଭାସ୍କର- ପ୍ରତ୍ୟକ ଲୋକ ପାଇଁ ସେକ୍ସ ଯୌନ ସମ୍ପର୍କ ଆବଶ୍ୟକ । ହେଲେ ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ସ୍ଥାପନ କେତେ ଜରୁରୀ ଓ ସୁରକ୍ଷିତ ତାକୁ ନେଇ ସବୁ ସମୟରେ ମହିଳାଙ୍କ ଭିତରେ ଜିଜ୍ଞାସା ରହିଛି । ଗର୍ଭାବସ୍ଥା ତଥା ଏହା ପରେ ପରେ ସମ୍ଭୋଗ ଜରୁରୀ କି ନାହିଁ । ଏଥିରେ କିଛି ସମସ୍ୟା ରହିଛି କି ନାହିଁ ତାକୁ ନେଇ ମୁଖ୍ୟତଃ ପ୍ରଥମ ଥର ପାଇଁ ମାଆ ହେଉଥିବା ମହିଳା ଅଧିକ ସନ୍ଦିହାନ ଥାଆନ୍ତି । ସବୁଠାରୁ ବଡ କଥା ଏ ନେଇ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଲଜ୍ଜା କାରଣରୁ ପଚାରି ପାରି ନ ଥାନ୍ତି । ସେପଟେ ଗର୍ଭସ୍ଥ ପିଲା ପ୍ରତି ଯତ୍ନବାନ ହୋଇ ସ୍ୱାମୀଙ୍କୁ ଅନେକ ସମୟରେ ଅସନ୍ତୁଷ୍ଟ କରିଥାନ୍ତି ମହିଳାମାନେ । ତେବେ ଆସନ୍ତୁ ଜାଣିବା ଏହି ସମୟରେ ଯୌନ ସମ୍ପର୍କ ରଖିବା ଉଚିତ କି ନୁହେଁ । ଏହା ଦ୍ୱାରା ମହିଳା ବା ଗର୍ଭସ୍ଥ ଶିଶୁ କୌଣସି ସମସ୍ୟାର ସମ୍ମୁଖୀନ ହୋଇଥାଏ କି?
ଗର୍ଭାବସ୍ଥାରେ ମହିଳାଙ୍କ ସୁସ୍ଥତା ଉପରେ ତାଙ୍କ ଯୌନ ଜୀବନ ନିର୍ଭରଶୀଳ ହୋଇଥାଏ । ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନଙ୍କ ଦୁର୍ବଳତା ପାଇଁ ତାଙ୍କୁ ଡାକ୍ତର ପ୍ରାରମ୍ଭିକ ଅବସ୍ଥାରୁ ହିଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥାନ୍ତି । ବିଶେଷ କରି ଗର୍ଭାଶୟ ଛୋଟ ଥିବା କାରଣରୁ ହୋଇଥିଲେ ଶାରୀରିକ ସମ୍ପର୍କ ସ୍ଥାପନରେ ସେମିତି କୌଣସି ସମସ୍ୟା ଦେଖା ଦେଇ ନ ଥାଏ । ତେବେ ୬-୭ ମାସର ଗର୍ଭାବସ୍ଥାରେ ଓ ସାଧାରଣ ମହିଳାଙ୍କ ପାଇଁ ଶାରୀରିକ ସମ୍ପର୍କ ସେତେଟା କ୍ଷତି କାରକ ହୋଇନଥାଏ । କିନ୍ତୁ ଏହି ସମୟରେ ଉଭୟ ପାର୍ଟନରଙ୍କୁ ସାବଧାନତା ଅବଲମ୍ବନ କରିବା ଜରୁରୀ ।
ବିଶେଷ ରୂପେ ଯେଉଁ ମହିଳା ସୁସ୍ଥ ଓ ନର୍ମାଲ ଡେଲିଭରୀ ହେବାର ସମ୍ଭାବନା ରହିଛି, ସେମାନେ ନିୟମିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସେମାନଙ୍କ ପାଇଁ ଲାଭଦାୟକ । ଏପରି କରିବା ଦ୍ୱାରା ପିଲା ଜନ୍ମର ବାଟ ଖୋଲିଥାଏ । କିନ୍ତୁ ଅଧିକ ଆଗ୍ରେସିଭ ହେବା କ୍ଷତିପହଞ୍ଚାଇପାରେ ଶିଶୁକୁ । ଏହା ବ୍ୟତୀତ ଗର୍ଭାବସ୍ଥାରେ ଡାକ୍ତରଙ୍କ ପାଖକୁ ଚେକଅପ କରିବା କାଳରେ ଏଥିନେଇ ପଚାରିବା ସବୁ ଦୃଷ୍ଟିରୁ ସୁରକ୍ଷିତ ହୋଇଥାଏ ।