fbpx

ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କରେ ପରେ ଧୋକ୍କା: ଗିରଫ ହେଲା ପ୍ରେମିକ

ପୁରୀ, ୩ା୩ (ଓଡିଶା ଭାସ୍କର): ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଫସାଇଲା ପ୍ରେମ ଜାଲରେ । ପରେ ନାବାଳିକାଙ୍କ ଅସହାୟତାର ସୁଯୋଗ ନେଇ ଶାରୀରିକ ସମ୍ପର୍କ ରଖିଲା । ଶେଷରେ ବିବାହ ପାଇଁ ଦେଇଥିବା ପୂର୍ବ ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରି ନାବାଳିକାଙ୍କୁ ଧୋକ୍କା ଦେଲା । ଏନେଇ ନାବାଳିକା ପୋଲିସରେ ଅଭିଯୋଗ କରିବା ପରେ ପୋକସୋ ଆକ୍ଟରେ ରେପ୍ ମାମଲା ରୁଜୁ କରାଯିବା ସହ ପ୍ରେମିକକୁ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅନ୍ତର୍ଗତ ଦରଝଙ୍ଗା ଗ୍ରାମର ୨୧ ବର୍ଷୀୟ ଯୁବକ ସମୀର ପରିଡ଼ା ୬ ମାସ ଧରି ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଗତ ୨୭ ତାରିଖ ରାତିରେ ନାବାଳିକାଙ୍କ ଇଚ୍ଛା ବିରୋଧରେ ଏକ ବ୍ରିଜ ତଳେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଦେଖି କାବୁ କରିବା ସହ ଗାଁ ବୈଠକରେ ଏନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା । ମାତ୍ର ପରଦିନ ସକାଳେ ସମିର ନାବାଳିକାଙ୍କୁ ବିବାହ କରିବାକୁ ମନା କରିଥିଲା। ଫଳରେ ବାଧ୍ୟହୋଇ ନାବାଳିକା ଥାନାରେ ମାମଲା ଦାୟର କରିଥିଲେ । ପୋଲିସ ସମିରକୁ ଗିରଫ କରିବା ସହ ଆସନ୍ତାକାଲି କୋର୍ଟରେ ହାଜର କରିବ ବୋଲି ସୂଚନା ଦେଇଛି ।

Get real time updates directly on you device, subscribe now.