fbpx

ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ଭୟଙ୍କର ମାନସିକ, ଶାରୀରିକ ଓ ଯୌନ ଉତ୍ପୀଡନ ଅଭିଯୋଗ

ଚେନ୍ନାଇ: ମାଲ୍ୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ପରି ପଡୋଶୀ ତାମିଲ ନାଡୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିଲା ଯୌନ ଉତ୍ପୀଡନ ଅଭିଯୋଗ । ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ଏମିତି ସାଙ୍ଘାତିକ ଅଭିଯୋଗ କରିଛନ୍ତି ତାମିଲ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସୌମ୍ୟା । ଜଣେ ନିର୍ଦ୍ଦେଶକ ତାଙ୍କୁ ଭୟଙ୍କର ମାନସିକ, ଶାରୀରିକ ଓ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗ ସହ ତାଙ୍କ ଯୌନାଙ୍ଗରେ ରଡ ଭର୍ତ୍ତି କରି ସେହି ନିର୍ଦ୍ଦେଶକ ଆନନ୍ଦଲାଭ କରୁଥିବା ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ।
ସାକ୍ଷାତକାରରେ ସୌମ୍ୟା କହିଛନ୍ତି କି, ସେ ମୋତେ ଯୌନଦାସୀ ପରି ବ୍ୟବହାର କରୁଥିଲେ । ତେବେ ଟିଭି ସାକ୍ଷାତକାରରେ ଅଭିନେତ୍ରୀ ସମ୍ପୃକ୍ତ ନିର୍ଦ୍ଦେଶକଙ୍କ ନାଁ କୁ ବର୍ତ୍ତମାନ ପାଇଁ ସାର୍ବଜନୀନ କରି ନାହାନ୍ତି । ସ୍ପେସାଲ ପୋଲିସ ଆଗରେ ଡାଇରେକ୍ଟରଙ୍କ ନାଁର ଖୁଲାସା କରିବେ ବୋଲି କହିଛନ୍ତି । ଯେମିତି କେରଳ ସରକାର ଦ୍ୱାରା ହେମା କମିଟି ରିପୋର୍ଟ ପରେ ହୋଇଥିଲା ।
ସୌମ୍ୟା କହିଛନ୍ତି, ଯେତେବେଳେ ମୁଁ ୧୮ ବର୍ଷର ଥିଲି, ସେହି ସମୟରେ ମୋର ନିର୍ଦ୍ଦେଶକଙ୍କ ସହ ପରିଚୟ ହୋଇଥିଲା । ସେ ମୋତେ ଝିଅ ମାନୁଥିବା ଲୋକଙ୍କୁ କହୁଥିଲେ, କିନ୍ତୁ ବାସ୍ତବରେ ମୋର ଉତ୍ପୀଡନ କରୁଥିଲେ । ପରେ ସ୍ଥିତି ଏମିତି ଦୁଃସହ ହୋଇଗଲା କି ସେ ମୋଠାରୁ ସନ୍ତାନ ଜନ୍ମ ଦେବାକୁ ଚାହିଁଲେ । ମତେ ଯୌନ ଦାସୀ ପରି ବ୍ୟବହାର କରୁଥିଲେ ।
ସୌମ୍ୟା ଆଗକୁ କହିଛନ୍ତି କି, ଦିନେ ଡାଇରେକ୍ଟରଙ୍କ ପତ୍ନୀ ଘରେ ଅନୁପସ୍ଥିତ ଥିବା ଅବସ୍ଥାରେ ସେ ମୋତେ ଝିଅ କହି କିସ୍ କରିଥିଲେ । ଏହି ଘଟଣାରେ ସେ ମର୍ମାହତ ହୋଇଥିଲେ କିନ୍ତୁ ଘଟଣା ସମ୍ପର୍କରେ କାହାରିକୁ କିଛି କହି ପାରି ନ ଥିଲେ । କାରଣ ସେ ଭାବୁଥିଲେ ଲୋକେ ଭାବିବେ ତାଙ୍କର କିଛି ଭୁଲ ଥିବ । ଲୋକେ ତାଙ୍କୁ ଭୁଲ ବୁଝିବୋ
ପରେ ଅଭିନେତ୍ରୀଙ୍କ ପରିବାର ବର୍ଗଙ୍କୁ ଅର୍ଥର ଲୋଭ ଦେଖାଇ ତାଙ୍କୁ ଅଭିନୟ ଜଗତକୁ ଆଣିଲେ । ପ୍ରାୟ ଏକ ବର୍ଷ ଧରି ସୌମ୍ୟାଙ୍କ ଶରୀର ସହ ଖେଳିଥିଲେ ସେହି ନିର୍ଦ୍ଦେଶକ ବୋଲି ଅଭିଯୋଗ କରିଛନ୍ତି ଅଭିନେତ୍ରୀ ସୌମ୍ୟା । କିନ୍ତୁ ଲୋକଙ୍କ ଆଗରେ ତାଙ୍କୁ ଝିଅ ବୋଲି କହୁଥିଲେ । ଖାଲି ସୌମ୍ୟା ନୁହଁନ୍ତି, ନିର୍ଦ୍ଦେଶକ ନିଜ ଝିଅ ସହ ଶାରୀରିକ ସମ୍ପର୍କ ରଖିଥିବା ନିଜ ବାପାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ଝିଅ ।

 

Get real time updates directly on you device, subscribe now.