ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶରୀରିକ ସମ୍ପର୍କ ରଖିଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।
ଅଭିଯୋଗରେ ୨୦୨୩ରୁ ଯୁବତୀଙ୍କ ସହ ବାଇଁଆ ସମ୍ପର୍କ ରଖିଥିବା ଜଣାପଡ଼ିଛି । ସମ୍ପର୍କ ରଖିଲାବେଳେ ପୀଡ଼ିତା ନାବାଳିକା ଥିଲେ ବୋଲି ଏତଲାରେୀ ଦର୍ଶା ଯାଇଛି ।
ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଥିବା କହିଛନ୍ତି ପୀଡ଼ିତା । ପୀଡ଼ିତା ଗର୍ଭବତୀ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ଗର୍ଭପାତ କରାଯାଇଥିଲେ ବାଇଁଆ।
କାର୍ଯ୍ୟାନୁଷ୍ଠାନ ନ ନେଲେ ଆତ୍ମାହୁତି ଦେବାକୁ କହିଛନ୍ତି ପୀଡ଼ିତା । ମାମଲା ରୁଜୁ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଏ ନେଇ ଅମରେଶ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସମାନ ଅଭିଯୋଗ ପୂର୍ବଦିନମାନଙ୍କରେ ଅମରେଶଙ୍କ ନାଁରେ କରାଯାଇଥିବା ଆଲୋଚନା ହେଉଛି ।