fbpx

ବିଶ୍ୱର ସବୁଠାରୁ ଦ୍ରୁତ ଦ୍ୱିଶତକ ହାସଲ କରି ଇତିହାସ ରଚିଲେ ଶେଫାଳୀ ବର୍ମା

Advertisement

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଶେଫାଳୀ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେନ୍ନାଇ ଟେଷ୍ଟରେ ଇତିହାସ ରଚିଛନ୍ତି । ଶେଫାଳୀ ନିଜର ୫ମ ଟେଷ୍ଟରେ ହିଁ ଦ୍ୱିତୀୟ ଟେଷ୍ଟ ଦ୍ୱିଶତକ ଅର୍ଜନ କରି ଏହି ସଫଳତା ହାସଲ କରିଛନ୍ତି । ଏହି କ୍ରମରେ ଶେଫାଳୀ ମହିଳା ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ ଡବଲ ସେଞ୍ଚୁରୀ ମାରିବାର ଖେଳାଳି ହୋଇପାରିଛନ୍ତି । କେବଳ ୧୯୪ଟି ବଲରେ ଶେଫାଳୀ ଦ୍ୱିଶତକ ପୂରଣ କରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲୀୟ କ୍ରିକେଟର ଏନାବେଲ ସଦରଲାଣ୍ଡଙ୍କ ନାମରେ ରହିଥିଲା । ଏନାବେଲ ଗତ ଫେବୃଆରୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୮ଟି ବଲରେ ଦ୍ୱିତଶକ ଅର୍ଜନ କରିଥିଲେ ।

ସେହିପରି ଏନାବେଲଙ୍କ ପୂର୍ବରୁ ୨୦୦୧ରେ ଅଷ୍ଟ୍ରେଲୀୟ କ୍ରିକେଟର କେରନ ରଲ୍ଟନ ଇଂଲଣ୍ଡ ବିପକ୍ଷରେ ୩୦୬ଟି ବଲରେ ଦ୍ୱିଶତକ ଅର୍ଜନ କରିଥିଲେ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିଜର ଓପନିଂ ପାର୍ଟନର ସ୍ମୃତି ମନ୍ଧାନାଙ୍କ ସହିତ କ୍ରିଜକୁ ଆସିବା ପରେ ଶେଫାଳୀ ପ୍ରଥମେ ସାମାନ୍ୟ ନର୍ଭସ ରହିଥିଲେ, ମାତ୍ର ପରେ ସେ ଆଉ ଅଟକି ନଥିଲେ । ସେ ୧୧୩ଟି ବଲରେ ଶତକ ପୂରଣ କରିଥିଲେ । ଦ୍ୱିଶତକ ଅର୍ଜନ କରିବା ମାମଲାରେ ଶେଫାଳୀ ବିଶ୍ୱର ୧୦ମ ଖେଳାଳି ହୋଇଥିବା ବେଳେ ଭାରତର ଦ୍ୱିତୀୟ ମହିଳା କ୍ରିକେଟର ଭାବେ ଦ୍ୱିଶତକ ହାସଲ କରିଥିଲେ । ୨୦୦୨ରେ ଭାରତ ପକ୍ଷରୁ ମିତାଲୀ ରାଜ ଦ୍ୱିଶତକ ଅର୍ଜନ କରିଥିଲେ । ୨୨ ବର୍ଷ ପରେ ଶେଫାଳୀ ପୁଣି ଥରେ ଇତିହାସକୁ ଦୋହରାଇବାରେ ସକ୍ଷମ ହୋଇଛନ୍ତି ।

Get real time updates directly on you device, subscribe now.