fbpx

‘ମୁଁ ଭିକ ମାଗୁଛି ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ’, ଭାଇରାଲ ହେଲା ଶାହରୁଖ ଖାନ ଏବଂ ସମୀର ୱାନଖେଡେଙ୍କ ହ୍ୱାଟ୍ସଆପ ଚାଟ

Advertisement

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଏନସିବିର ପୂର୍ବତନ ଆଣ୍ଟି ଡ୍ରଗ୍ସ ଅଧିକାରୀ ସମୀର ୱାନଖେଡେ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ହ୍ୱାଟ୍ସଆପ ଚାଟ ଭାଇରାଲ ହେବାରେ ଲାଗିଛି । ଏହି ଚାଟ ସେହି ସମୟର ଯେଉଁ ସମୟରେ ସମୀର ୱାନଖେଡେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ ।

ବର୍ତ୍ତମାନ ଏହି ମାମଲାରେ ସମୀର ୱାନଖେଡେଙ୍କ ବିରୋଧରେ ଏଫଆଇଆଇ ପଞ୍ଜିକରଣ କରାଯାଇ, ସିବିଆଇ ତଦନ୍ତ କରୁଛି । ଆର୍ଯ୍ୟନ ଖାନଙ୍କ ଜାମିନ ପାଇଁ ସେ ଶାହାରୁଖ ଖାନଙ୍କ ଠାରୁ ୨୫ କୋଟି ଟଙ୍କା ନେଇଥିବାର ଅଭିଯୋଗ ହୋଇଛି । ତେଣୁ ନିଜକୁ ନିର୍ଦ୍ଧୋଶ ପ୍ରମାଣିତ କରିବା ପାଇଁ ଏହି ଚାଟକୁ ସେ ଲୋକଲୋଚନକୁ ଆଣିଛନ୍ତି ।

ସମୀର ୱାନଖେଡେ ଏହି ଚାଟକୁ ନେଇ ଦାବି କରିଛନ୍ତି ଯେ, ଆର୍ଯ୍ୟନ ଖାନଙ୍କ ଗିରଫ ସମୟରେ ସେ ଶାହରୁଖ ଖାନଙ୍କୁ ସାହାଯ୍ୟ କରିଥିଲେ । ଆର୍ଯ୍ୟନ ଖାନଙ୍କ ସହ ସେ କୋମଳ ବାର୍ତ୍ତାଳାପ କରୁଥିଲେ । ଶାହରୁଖ ଖାନ ସମୀର ୱାନଖେଡେଙ୍କୁ ବହୁତ ମେସେଜ ମଧ୍ୟ କରିଥିଲେ । ସେ କେବଳ ଅନୁରୋଧ କରୁଥିଲେ ଯେ, ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ ଏବଂ ତାଙ୍କ ପୁଅ ସହିତ କୋମଳ ଭାବେ କଥା ହେବାକୁ । ଶାହରୁଖ ଖାନ ଗୋଟିଏ ମେସେଜରେ କହିଥିଲେ ଯେ, ‘ପ୍ଲିଜ ମୋ ପୁଅ ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ, ମୁଁ ଆପଣଙ୍କୁ ଏହା ଭିକ ମାଗୁଛି.. ନଚେତ ସେ ଭାଙ୍ଗି ପଡିବ ।’

Get real time updates directly on you device, subscribe now.