ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ଶାହବାଜ ସରିଫ୍ ଭାରତକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ତାହା ପୁଣି କାଶ୍ମୀର ପ୍ରସଙ୍ଗରେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାର୍ତ୍ତା ଦେବା ସହ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ସମାଧାନ କାଶ୍ମୀରୀ ଲୋକଙ୍କ ଇଚ୍ଛା ମୁତାବକ ହେବା ଦରକାର ।
ଶାହବାଜ କହିଛନ୍ତି ଆମେ ଭାରତ ସହ ଭଲ ସମ୍ପର୍କ ଚାହୁଛୁ । କିନ୍ତୁ ଯେପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ନହୋଇଛି ସେପର୍ଯ୍ୟନ୍ତ ତାହା ସମ୍ଭବ ନୁହେଁ । ଆମେ କାଶ୍ମୀର ଲୋକଙ୍କୁ ତାଙ୍କ ହାତରେ ଛାଡ଼ିପାରିବୁନି, କୂଟନୈତିକ ସ୍ତରରେ ଆମେ କାଶ୍ମୀର ଲୋକଙ୍କୁ ନିଜର ସମର୍ଥନ ଜଣାଇବା ଜାରି ରଖିବୁ । ପାକ୍ ପିଏମ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଶାହବାଜ ଧାରା ୩୭୦ କୁ ନେଇ ମଧ୍ୟ ବୟାନ ଦେଇଛନ୍ତି । ସେ ଏହାକୁ ନେଇ ଭାରତ ବିଷୟରେ କୌଣସି ଟିପ୍ପଣୀ ଦେଇନାହାନ୍ତି । ସେ କହିଛନ୍ତି ପାକିସ୍ତାନର ପୂର୍ବ ସରକାର ଅନୁଚ୍ଛେଦ ୩୭୦ ହଟାଯିବା ସମୟରେ କିଛି କରିପାରିନଥିଲେ ।
ସେହିଭଳି ଶାହବାଜ ସରିଫ୍ ବେରୋଜଗାରୀ ପ୍ରସଙ୍ଗକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତାଙ୍କ ଅନୁଯାୟୀ ଉଭୟ ଦେଶରେ ଗରିବୀ, ବେକାରୀ ସମସ୍ୟା ରହିଛି ଲୋକଙ୍କ ପାଖରେ ଔଷଧ ନାହିଁ । ଏମିତିରେ ଆମେ କାହିଁକି ନିଜକୁ ଏଭଳି କଷ୍ଟ ଦେବା କାହିଁକି ଆଗାମୀ ପିଢ଼ୀକୁ ବରବାଦ କରିବା । ଅବଶ୍ୟ ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଶାହବାଜ ସରିଫ୍ ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନର ସର୍ବନିମ୍ନ ଆୟ ୨୫ ହଜାର କରିଛନ୍ତି ।