fbpx

ବେଆଇନ ଦେଶୀ ମଦ ମାଫିଆକୁ ବନ୍ଧିଲା ସହିଦ ନଗର ଥାନା ପୋଲିସ

ଭୁବନେଶ୍ୱର: ବେଆଇନ ଦେଶୀ ମଦ ମାଫିଆଙ୍କୁ ବନ୍ଧିଲା  ସହିଦ ନଗର ଥାନା ପୋଲିସ । ଦୀର୍ଘଦିନ ହେବ ପଥର ବନ୍ଧ ବସ୍ତିରେ ବେଆଇନ ଭାବରେ ପ୍ରସ୍ତୁତ ହେଉଥିଲା ଦେଶି ମଦ। ଅଭିଯୋଗ ପରେ ଆଜି ପୋଲିସ ପହଞ୍ଚିବା ପରେ ମଦ ପ୍ରସ୍ତୁତ ଓ ବିକ୍ରି ପାଇଁ କୌଣସି ଅନୁମତି ନଥିବା ପୋଲିସ ଜାଣିବାକୁ ପାଇଥିଲା ।ତଦନ୍ତ ପରେ ଦୁଲା ବିନ୍ଧାଣିକୁ ଗିରଫ କଲ ପୋଲିସ ।

ଦେଶୀ ପ୍ରସ୍ତୁତ ପରେ ବିଭିନ୍ନ ବସ୍ତିରେ ବିକ୍ରି କରୁଥିଲା ମଦ । ତା ନିକଟରୁ ୫୨ ଲିଟର ଦେବୀ ମଦ ଜବତ କରାଯାଇଛି। ମଦ ପ୍ରସ୍ତୁତ ପାଇଁ କେଉଁଠୁ ଆସୁଥିଲା ଓ କିଏ ଦଉଥିଲା ସାମଗ୍ରୀ ତଦନ୍ତ ଆରମ୍ଭ କରିଛି ପୋଲିସ । ମଦ ଅପମିଶ୍ରିତ ହେଉଛି କି ନାହିଁ ଅଧିକ ତଦନ୍ତ ପାଇଁ ଡିଷ୍ଟ୍ରିକ ଫରେନ୍ସିଁକ ଲାବକୁ ପଠେଇଲା ପୋଲିସ ।

Get real time updates directly on you device, subscribe now.