ଋଣ ବୋଝରେ କୋଟିପତି ବ୍ୟବସାୟୀ, ନେଲେ ଚରମ ନିଷ୍ପତି, ପୁଅକୁ ବିଷ ଦେଇ ବାପା,ମା’ କଲେ ଆତ୍ମହତ୍ୟା

ମା’ଙ୍କୁ ଶେଷ କଥା ଲେଖି ଗୋଟେ ପରିବାରର ୩ଜଣ କରିଦେଲେ ଆତ୍ମହତ୍ୟା।

ଉତ୍ତରପ୍ରଦେଶ: ଗୋଟେ ମୁହୁର୍ତ୍ତରେ ପରିବାର ଶେଷ। ପରିବାର ତିନି ତିନି ସଦସ୍ୟଙ୍କ ଜୀବନ ହାରିଲେ। ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ଝିଅ ଲେଖିକି ପଠାଇଲେ ଶେଷ କଥା। ହ୍ୱାଟ୍ସଆପ୍ ଜରିଆରେ ମା’ଙ୍କୁ ଶେଷ କଥା ଲେଖି ଗୋଟେ ପରିବାରର ୩ଜଣ କରିଦେଲେ ଆତ୍ମହତ୍ୟା।

ଉତ୍ତରପ୍ରଦେଶ ଶାହଜହାଁପୁରରେ ୩୫ ବର୍ଷର କୋଟିପତି ବିଜନେସ୍ ମ୍ୟାନ ତାଙ୍କ ସ୍ତ୍ରୀ ଏବଂ ପୁଅ ସହ ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟା ଖବର ସହରରେ ଚର୍ଚ୍ଚା ସୃଷ୍ଟି କରିଛି।

ଏହି ଭୟଙ୍କର ନିଷ୍ପତି ନେବା ପୂର୍ବରୁ ମୃତ ସଚିନ ଗ୍ରୋବରଙ୍କ ପତ୍ନୀ ମୃତ୍ୟୁ ପୂର୍ବରୁ ମା’ଙ୍କୁ ୩୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ହ୍ୱାଟ୍ସ ଆପ ଜରିଆରେ ପଠାଇଛନ୍ତି। ଏଥିରେ ପରିବାର ଏଭଳି ନିଷ୍ପତି କାହିଁକି ନେଲା ଝିଅ ତାହା ଉଲ୍ଲେଖ କରିଛନ୍ତି। ଆସନ୍ତୁ ଜାଣିବା ସୁଇସାଇଟ୍ ନୋଟ୍‌ରେ ମା’କୁ କ’ଣ କହିଛନ୍ତି ଝିଅ।

ଶାହାଜହାଁପୁରୁର ନିକଟରେ ଥିବା ଏକଲବ୍ୟ ଦୁର୍ଗ ଅଞ୍ଚଳରେ ଘଟିଛି ଏହି ଘଟଣା। ଏଠାରେ ୩୫ ବର୍ଷର ସଚିନ୍ ଗ୍ରୋବର ତାଙ୍କ ପରିବାର ସହ ରୁହନ୍ତି। ସେ ଜଣେ କୋଟିପତି ବିଜନେସ୍‌ମ୍ୟାନ୍‌।

ତାଙ୍କ ବାପା ବିଜୟ କୁମାରଙ୍କ କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଛି। ଘରେ ମା’ ଏବଂ ଦୁଇ ଭାଈଙ୍କ ସହ ସେ ରହୁଥିଲେ। ୮ ବର୍ଷ ତଳେ ସେ ପ୍ରେମ ବିବାହ କରିଥିଲେ।

ବିବାହ ପରେ ତାଙ୍କ ପ୍ରଥମ ମହଲା ଘରକୁ ସିଫ୍ଟ ହୋଇଯାଇଥିଲେ। ଘରର ବାକି ସଦସ୍ୟ ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ। ସଚିନଙ୍କ ଘରର ମୂଲ୍ୟ କୋଟି କୋଟି ଟଙ୍କା ହେବ । ସଚିନଙ୍କ ଦୁଇ ଭାଇ ଗୌରବ, ରୋହିତଙ୍କ ବିବାହ ମଧ୍ୟ ହୋଇଯାଇଛି।

ସହରର ପାନିପତ ହ୍ୟାଣ୍ଡଲୁମ୍ ନାମରେ ଦୁଇଟି ଶୋ ରୁମ୍ ଅଛି। ଯାହାର ଦେଖାରଖା ସଚିନଙ୍କ ଭାଇ କରନ୍ତି। ବୁଧବାର ସଚିନଙ୍କ ରୁମରୁ କୌଣସି ଶବ୍ଦ ଆସୁନଥିବାରୁ ପରିବାର ଲୋକ ସନ୍ଦେହ କରିଥିଲେ।

ସେମାନେ ଘରର ଝରକାରେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସଚିନଙ୍କ ମୃତଦେହ ଝୁଲୁଥିବା ବେଳେ ଶିବାଙ୍ଗୀଙ୍କ ମୃତଦେହ ବେଡ ରୁମରେ ପଡ଼ିଥିବା ଦେଖିଥିଲେ।

ଯେତେବେଳେ ଘରର କବାଟ ଭାଙ୍ଗି ଭିତରକୁ ଯାଇଥିଲେ ଦେଖିଥିଲେ ୪ବର୍ଷର ଛୋଟ ଛୁଆର ଶବ ମଧ୍ୟ ଅନ୍ୟ ଏକ ରୁମରେ ପଡ଼ି ରହିଛି। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୩୬ ପୃଷ୍ଠାର ସୁଇସାଇଡ ନୋଟରେ କ’ଣ ଲେଖାଯାଇଥିଲା

ପୋଲିସ ତିନି ଜଣଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ସମୟରେ ଜଣାପଡିଲା ଯେ ମୃତ୍ୟୁ ପୂର୍ବରୁ ସଚିନଙ୍କ ପତ୍ନୀ ଶିବାଙ୍ଗୀ ତାଙ୍କ ମାଆଙ୍କୁ ହ୍ୱାଟସଆପରେ ୩୬ ପୃଷ୍ଠାର ଏକ ସୁଇସାଇଡ ନୋଟ ପଠାଇଥିଲେ।

ଏଥିରେ ଲେଖାଥିଲା – ତୁମେମାନେ ମୋ ପାଇଁ ଚିନ୍ତିତ। ଏବେ ତୁମେମାନେ ଶାନ୍ତିରେ ରହିପାରିବ। ଏଥିରେ ଆର୍ôଥକ ସମସ୍ୟା ଏବଂ ଋଣ ବିଷୟରେ ଆଲୋଚନା ହୋଇଛି। ଏଥିରେ ଘର ଏବଂ ଗାଡ଼ି ଋଣ ବିଷୟରେ ଉଲ୍ଲେଖ ଅଛି।

ବ୍ୟବସାୟୀ ସଚିନଙ୍କ ଭାଉଜ ଜ୍ୟୋତି କହିଥିଲେ – ମଙ୍ଗଳବାର ସନ୍ଧ୍ୟାରେ ଆମେ ଯେତେବେଳେ ବଜାରରୁ ଫେରିଲୁ, ଭାଇ ଏବଂ ଭାଉଜ ସେମାନଙ୍କ ପିଲା ସହିତ ବହୁତ ମଜା କରୁଥିଲେ। ଘରେ କୌଣସି ପ୍ରକାରର ଅଶାନ୍ତି ହୋଇନଥିଲା।

ସେମାନେ ମୋଠାରୁ ମୋବାଇଲ୍ ଚାର୍ଜର ମଧ୍ୟ ମାଗିଲେ ଏବଂ ଛଡ଼ାଇ ନେଇଗଲେ। ମୁଁ ଜାଣିନାହିଁ ସେମାନେ କେବେ, କିପରି ଏବଂ କାହିଁକି ଏପରି କଲେ? ତିନି ଜଣଙ୍କ ମୃତ୍ୟୁରେ ଆମେ ସମସ୍ତେ ଦୁଃଖିତ।

ସଚିନଙ୍କ ମାଆ ସବୁଠାରୁ ଅଧିକ ମର୍ମାହତ। ସେ ବିଶ୍ୱାସ କରିପାରୁନାହାଁନ୍ତି ଯେ ତାଙ୍କ ପୁଅ, ବୋହୂ ଏବଂ ନାତି ଆଉ ଏହି ଦୁନିଆରେ ନାହାଁନ୍ତି।