fbpx

ଶେଷ ବଲରେ ଶାହରୁଖଙ୍କ ଦମଦାର ଛକା: ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ

ନୂଆଦିଲ୍ଲୀ: ରାହୁଲ: ନାମ ତୋ ଶୁନା ହି ହୋଗା…. ବଲିଉଡ ଅଭିନେତା ଶାହରୁଖ ଖାନଙ୍କର ଏହା ସବୁଠୁ ପ୍ରସିଦ୍ଧ ଲାଇନ୍ । ତେବେ ଆଜି ଆମେ ଯେଉଁ ଶାହରୁଖଙ୍କ କଥା ହେବାକୁ ଯାଉଛେ ତାହା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ କଥା ନୁହେଁ ବରଂ ତାମିଲନାଡୁ କ୍ରିକେଟର ଶାହରୁଖଙ୍କ କଥା । ସୟଦ ମୁସ୍ତାକ ଅଲୀ ଟ୍ରଫିର ଶେଷ ବଲରେ ବିଜୟ ପାଇଁ ୪ ରନ ଆବଶ୍ୟକ ଥିବା ବେଳେ ସ୍କେ୍ୱୟାର ଲେଗ ଉପରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ ଶାହରୁଖ ଖାନ୍ । ମାତ୍ର ୧୫ ବଲ ଖେଳି ୩୩ ରନରେ ଅପରାଜିତ ରହିବା ସହିତ ଦଳକୁ ବିଜୟୀ କରାଇଥିଲେ ।

ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ କରିଥିଲା । ଅଭିନବ ମନୋହର ସର୍ବାଧିକ ୪୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କରୁଣ ନାୟାର ଓ ଜଗଦୀଶ ସୁଚିଥ୍ ପ୍ରତ୍ୟେକ ୧୮ ରନ ଲେଖାଏଁ ସଂଗ୍ରହ କରିଥିଲେ । ମନୋହରଙ୍କ ୩୭ ବଲ ଇନିଂସରେ ୪ ଚୌକା ଓ ଦୁଇ ଛକା ସାମିଲ ଥିଲା । ତାମିଲନାଡୁ ପକ୍ଷରୁ ଆର. ସାଇ କିଶୋର ୪ ଓଭରରେ ମାତ୍ର ୧୨ ରନ ଦେଇ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ୱାରିୟର, ସଞ୍ଜୟ ଯାଦବ ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୧୫୨ ରନ ଲକ୍ଷ୍ୟର ପିଛା କରୁଥିବା ତାମିଲନାଡୁ କିନ୍ତୁ ମ୍ୟାଚର ଅନ୍ତିମ ବଲରେ ବିଜୟୀ ହୋଇଥିଲା । ଏନ ଜଗଦୀଶାନ ସର୍ବାଧିକ ୪୧ ରନ କରିଥିବା ବେଳେ ହରି ନିଶାନ୍ତ ୨୩ ରନ କରିଥିଲେ । ଅଧିନାୟକ ବିଜୟ ଶଙ୍କର ୧୮ ରନ କରିଥିଲେ । ତେବେ ଶେଷ ଓଭରରେ ୧୭ ଏବଂ ଶେଷ ବଲରେ ୫ ରନ ଆବଶ୍ୟକ ରହିଥିବା ବେଳେ ଛକା ମାରି ଦଳକୁ ବିଜୟୀ କରିଥିଲେ । ରେକର୍ଡ ତୃତୀୟ ଥର ପାଇଁ ତାମିଲନାଡୁ ଏହି ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଥିବା ବେଳେ ଶାହରୁଖଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.