ପରିବାର ସହ ନୂଆ ଘରେ ଶିଫ୍ଟ ହେଲେ ଶାହରୁଖ ଖାନ, ଏତିକି କୋଟି ଭଡ଼ା ଦେବେ କିଙ୍ଗ ଖାନ
ନୂଆ ଆପାର୍ଟମେଣ୍ଟକୁ ଶିଫ୍ଟ ହେଲେ ଶାହରୁଖ ଖାନଙ୍କ ଫ୍ୟାମିଲି, ଜାଣନ୍ତୁ କେତେ ଟଙ୍କା ଭଡ଼ା
ମୁମ୍ବାଇ: ଶାହରୁଖ ଖାନ ଏବଂ ତାଙ୍କ ପରିବାର- ଗୌରୀଖାନ, ସୁହାନା ଖାନ, ଆର୍ଯ୍ୟନ କାନ ଏବଂ ଅବରାମ- ଏବେ ମୁମ୍ବାଇର ପାଲୀ ହିଲରେ ନିଜର ନୂଆ ଘରେ ଶିଫ୍ଟ ହୋଇଛନ୍ତି। ତାଙ୍କ ଐତିହାସିକ ଘର ମନ୍ନତର ରେନୋଭେସନ କରାଯାଉଛି।
ଶାହରୁଖ ଖାନଙ୍କୁ ନିଜ ମ୍ୟାନେଜର ପୂଜା ଦଦଲାନୀ ଏବଂ ଝିଅ ସୁହାନା ଖାନଙ୍କ ସହ ନିଜର ନୂଆ ଘରେ ଏଣ୍ଟ୍ରି କରିବାର କ୍ୟାମେରାରେ କଏଦ କରାଯାଇଛି। ଶାହରୁଖ ହାରାହରି ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ନୂଆ ଘରେ ରହିବେ କାରଣ ମୁମ୍ବାଇର ମନ୍ନତର ରେନୋଭେସନ କାମ ଚାଲିଛି।
ଶାହରୁଖ ଖାନ ଦେବେ ଏତିକି ଭଡ଼ା: ରିପୋର୍ଟ ମୁତାବକ, ଶାହରୁଖ ଖାନ ବାର୍ଷିକ ୨.୯ କୋଟି ଟଙ୍କା ଦୁଇଟି ଡୁପ୍ଲେକ୍ସ ଆପାର୍ଟମେଣ୍ଟର ଭଡ଼ା ଦେବେ। ଚାରୋଟି ବିଲ୍ଡିଂ ପାଇଁ ଏହାର ମାସିକ ଭଡ଼ା ୨୪ ଲକ୍ଷ ଟଙ୍କା ରହିଛି।
ଶାହରୁଖ ଖାନ ଭଗନାନୀ ପରିବାରଠାରୁ ଫ୍ଲାଟକୁ ଭଡ଼ାରେ ନେଇଛନ୍ତି। ହିନ୍ଦୁସ୍ତାନ ଟାଇମ୍ସରଏକ ରିପୋର୍ଟ ମୁତାବକ, ଏହି ବିଲ୍ଡିଂର ମାଲିକ ଜ୍ୟାକି ଭଗନାନୀ, ତାଙ୍କ ଭଉଣୀ ଦୀପଶିଖା ଦେଶମୁଖ ଏବଂ ତାଙ୍କ ପିତା ଏବଂ ନିର୍ମାତା ବାଶୁ ଭଗନାନୀ ଅଟନ୍ତି। ବିଲ୍ଡିଂର ନାମ ବାଶୁଙ୍କ ସ୍ତ୍ରୀ ପୂଜା ଭଗନାନୀଙ୍କ ନାମରେ ରଖାଯାଇଛି।