fbpx

ଲଜ୍ଜା ! ପୁରୁଣା ଫର୍ଣ୍ଣିଚର ମିଳିବାରୁ ବିବାହ ଭାଙ୍ଗିଲେ ବର

ହାଇଦ୍ରାବାଦ: ଯୌତୁକରେ ପୁରୁଣା ଆସବାବପତ୍ର ବା ଫର୍ଣ୍ଣିଚର ମିଳିବାରୁ ଜଣେ ବ୍ୟକ୍ତି ନିଜ ବିବାହ ପସ୍ତାବକୁ ଭାଙ୍ଗି ଦେଇଛି । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣାଟି ଘଟିଛି ହାଇଦ୍ରାବାଦରେ । ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତ ଜଣଙ୍କ ହେଉଛନ୍ତି ବସ ଚାଳକ । ରବିବାର ଦିନ ତାଙ୍କର ବିବାହ ହେବାର ଥିଲା । କିନ୍ତୁ ସେ ବିବାହକୁ ପ୍ରତ୍ୟାଖାନା କରିଥିଲେ । ସେ ବିବାହ ମଣ୍ଡପକୁ ଯାଇନଥିଲେ । ଏନେଇ କନ୍ୟାପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା ।

କନ୍ୟାର ପିତା ମିଡିଆରେ କହିଛନ୍ତି ଯେ, ବରର ପିତା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ସେମାନେ ଯେଉଁ ଯୌତୁକ ଦାବି କରିଥିଲେ ତାହା ଦିଆଯାଇଥିଲା । କିନ୍ତୁ ସେଥିମଧ୍ୟରୁ କିଛି ଆସବାବପତ୍ର ପୁରୁଣା ଥିଲା । ଏସହି କାରଣରୁ ବର ମଣ୍ଡପରେ ପହଞ୍ଚିଲାନାହିଁ । ବିବାହ ପାଇଁ କନ୍ୟା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଅତିଥିମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା । କିନ୍ତୁ ବରର ଦେଖାନଥିଲା ।

ପୋଲସି ପକ୍ଷରୁ କୁହାଯାଇଛି ଯେ, ବରର ପରିବାର ଲୋକେ ଯୌତୁକ ଭାବରେ ଅନ୍ୟାନ୍ୟ ଜିନିଷପତ୍ର ସହ ନୂଆ ଫର୍ଣ୍ଣିଚର ପାଇବାର ଆଶ କରିଥିଲେ । କିନ୍ତୁ କନ୍ୟା ପକ୍ଷରୁ କିଛି ଜିନିଷପତ୍ର ଓ ପର୍ଣ୍ଣିଚର ଦିଆଯାଇଥିଲା, ଯାହା କିଛି ମାତ୍ରାରେ ପୁରୁଣା ଥିଲା । ଏହାକୁ ନେଇ ବର ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ବିବାହ ଦିନ ମଣ୍ଡପକୁ ଆସିନଥିଲେ । ଆଇପିସି ଧାରା ଏବଂ ଯୌତୁକ ନଷେଧ ଅଧିନିୟମ ଆଧାରରେ ପୁଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.