fbpx

ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ନିମ୍ନରେ କୁହାଯାଇଥିବା ଉପାୟ ପ୍ରୟୋଗ କରନ୍ତୁ ଲାଭ ମିଳିବ

ଶନି ଦେବଙ୍କ ନାମ ଆସିବା ମାତ୍ରକେ ମନ ଭୟଭୀତ ହୋଇଯାଏ । କାରଣ ଆମେ ସମସ୍ତେ ଶନି ଦେବଙ୍କୁ ଦଣ୍ଡର ଦେବତା ବୋଲି ମନେ କରୁ । କିନ୍ତୁ ପ୍ରକୃତ ସତ୍ୟ ଏହା ନୁହେଁ । ଶନି ଦେବ କର୍ମର ଦେବତା । ସେ ମଣିଷର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି । ଏଣୁ ଗ୍ରହ ଚଳନରେ ଶନିଙ୍କୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଏହି କ୍ରମରେ ଆସନ୍ତୁ ଜାଣିବା ଶନିଦେବଙ୍କ ଲାଗି କେଉଁ କେଉଁ ବସ୍ତୁ ଚମକ୍ରାର ଭାବରେ କାମ କରିଥାଏ ଓ କିପରି ଏହାର ପ୍ରୟୋଗ କରାଯାଇପାରିବ ।
ଲୁହା କଡା:
ଶନି ଦେବଙ୍କ କୃପା ପାଇବା ଲାଗି ଆପଣ ହାତରେ ଲୁହା କଢା କିମ୍ବା ଲୁହା ମୁଦି ପିନ୍ଧି ପାରିବେ । ତେବେ ଏହା ଘୋଡା ନାଳରେ ତିଆରି ହୋଇଥିଲେ ଅଧିକ ପ୍ରଭାବୀ ହୋଇଥାଏ ।
ସୋରିଷ ତେଲ:
ଶନିଙ୍କ ଲାଗି ସୋରିଷ ତେଲ ଦାନ କରିବା କିମ୍ବା ପ୍ରୟୋଗ କରିବା ବିଶେଷ ଲାଭଦାୟୀ ହୋଇଥାଏ । ଜୀବନରେ ସଫଳତା ପାଇବା ଲାଗି ସୋରିଷ ତେଲ ଉପାୟ ବିଶେଷ ଲାଭକାରୀ ହୋଇଥାଏ । ଶନିବାର ସକାଳେ ଲୁହା ପାତ୍ରରେ କିଛି ସୋରିଷ ତେଲ ନେଇ ସେଥିରେ ଏକ ଟଙ୍କିଆ ମୁଦ୍ରା ପକାନ୍ତୁ । ଏହି ତେଲରେ ନିଜ ଚେହେରା ଦେଖି କୌଣସି ନିର୍ଦ୍ଧନ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ ।
କଳା ଫେସି କିମ୍ବା ରାଶି:
ଶନିଙ୍କ କାରଣରୁ ଆର୍ଥିକ ସମସ୍ୟା ଉପୁଜୁଥିଲେ କଳା ଫେସି କିମ୍ବା ରାଶି ଉପାୟ ଆପଣାନ୍ତୁ । ଶନିବାର ସନ୍ଧ୍ୟାରେ କୌଣସି ଗରିବ ବ୍ୟକ୍ତିଙ୍କୁ କଳା ଫେସି କିମ୍ବା ରାଶି ଦାନ କରନ୍ତୁ । ଦେଖିବେ ଏହାପରେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ ।
ଘୋଡା ନାଳ:
ଶନିଙ୍କ ଲାଗି ଘୋଡା ନାଳ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେବେ ସେହି ଘୋଡା ନାଳ ଶନିଙ୍କ ଲାଗି ପ୍ରୟୋଗ କରନ୍ତୁ ଯାହା ଘୋଡାର ପାଦରେ ପୂର୍ବରୁ ଲାଗି ରହିଅଛି । ଏକଦମ୍ ନୂଆ ଘୋଡା ନାଳ ଅର୍ଥାତ୍ ବ୍ୟବହାର ହୋଇ ନ ଥିବା ଘୋଡା ନାଳ କୌଣସି କାମ ଦିଏ ନାହିଁ ।

 

Get real time updates directly on you device, subscribe now.