fbpx

୧୫ ଦିନ ମଧ୍ୟରେ ୨ ଥର ସ୍ଥିତି ପରିବର୍ତ୍ତନ କରିବେ ଶନି; ଏହିସବୁ ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷେତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ଗତି ଓ ସ୍ଥିତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଆଗାମୀ ବର୍ଷ ଅର୍ଥାତ ୨୦୨୩ ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁଥିରେ ଶନିଙ୍କ ସ୍ଥିତି ବହୁତ ଗୁରୁତ୍ୱ ପୂର୍ଣ୍ଣ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଜାନୁଆରୀ ୨୦୨୩ ରେ ଶନି ନିଜର ଗତି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ଏହାପରେ ୩ ଫେବୃଆରୀରେ ଶନି ଅସ୍ତ ହେବେ । ତେବେ ମାତ୍ର ୧୫ ଦିନ ମଧ୍ୟରେ ଶନିଙ୍କ ସ୍ଥିତିରେ ୨ ଥର ପରିବର୍ତ୍ତନ, ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ଏହା ୩ ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ସେହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ପାଇବା ସହ ସୁଖ ସମୃଦ୍ଧି ଲାଗି ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ବୃଷ: ଜ୍ୟେତିଷ ଶାସ୍ତ୍ର ଅନୁସାରେ ୨୦୨୩ ରେ ଶନିଙ୍କ ରାଶି ପରିବର୍ତ୍ତନ ଏବଂ ଶନି ଅସ୍ତ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରିରେ ଉନ୍ନତି ମିଳିବା ସହ ଜୀବନରେ ଅନେକ ସଫଳତା ମଧ୍ୟ ମିଳିବ । ଏତତ୍ ବ୍ୟତୀତ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ଅଦି ବଢିବ ଏବଂ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ବହୁତ ଲାଭ ବାନ ହେବେ । ଘରେ ସୁଖ ଶାନ୍ତି ଲାଗି ରହିବ ।

ତୁଳା: ତୁଳା ରାଶି ଉପରେ ସର୍ବଦା ଶନିଦେବଙ୍କ କୃପା ରହିଥାଏ । ତେବେ ୨୦୨୩ ରେ ଶନିଙ୍କ ରାଶି ଚଳନ ଏବଂ ଶନି ଅସ୍ତ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସଫଳତା ଦେବ । ଜୀବନରେ ସୁଖ ଶାନ୍ତି ଲାଗି ରହିବ । ପାଠପଢା ଏବଂ କ୍ୟାରିୟରରେ ଅନେକ ସଫଳତା ମିଳିବ । ଏତତ୍ ବ୍ୟତୀତ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହେବାର ଯୋଗ ରହିଛି । ତେବେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ବହୁତ ଶୁଭ ଫଳ ପ୍ରଦାନ କରିବ ।

ମକର: ୨୦୨୩ ରେ ଶନି ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ ଏବଂ ଏହାପରେ ସେ ଅସ୍ତ ହେବେ । ଫଳରେ ଏହା ମକର ରାଶି ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଅନେକ ଦିନ ଧରି ଅଟକି ରହିଥିବା କାମ ହେବା ସହ ଧନ ଲାଭର ମଧ୍ୟ ଯୋଗ ରହିଛି । ତେବେ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ । ଏଥିସହିତ ମକର ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ।

Get real time updates directly on you device, subscribe now.