fbpx

ନବରାତ୍ରୀର ୯ ଦିନ: ମାଆ ସିଦ୍ଧିଦାତ୍ରୀଙ୍କୁ ଏପରି ପୂଜା କଲେ ସବୁ କାର୍ଯ୍ୟରେ ହେବେ ସଫଳ, ଜାଣନ୍ତୁ ଉପାୟ

ଓଡ଼ିଶା ଭାସ୍କର: ଆଜି ଶାରଦୀୟ ନବରାତ୍ରୀର ମହାନବମୀ ତିଥି । ଏହି ଦିନ ମା ଦୁର୍ଗାଙ୍କ ନବରାତ୍ରୀର ଶେଷ ଦିନ ଯାହାର ଅନେକ ମହତ୍ୱ ଏବଂ ଗୁରୁତ୍ବ ରହିଥାଏ । ନବରାତ୍ରୀର ନବମୀ ଦିନ ମା ଦୁର୍ଗାଙ୍କ ସିଦ୍ଧିଦାତ୍ରୀଙ୍କ ଅବତାରକୁ ପୂଜା କରାଯାଏ। ଏଥିସହିତ ୯ ଦିନ ଧରି ଚାଲିଥିବା ନବରାତ୍ରୀ ବତ୍ରର ସମାପ୍ତ ହୋମ ଏବଂ କନ୍ୟା ପୂଜନ ମାଧ୍ୟମରେ କରାଯାଇଥାଏ। ଏହି ଦିନ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ମା ଦୁର୍ଗାଙ୍କ କୃପା ମିଳିଥାଏ। ଫଳରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନବମୀ ଦିନ କଣ କରିବା ଉଚିତ୍ ଯାହା ଦ୍ୱାରା ମା ପ୍ରଶନ୍ନ ହେବେ।

ମହା ନବମୀ ଦିନ କରନ୍ତୁ ଏହି କାର୍ଯ୍ୟ:

ଆଗ୍ନେୟ କୋଣରେ ଦୀପ ଜାଳନ୍ତୁ: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦୁର୍ଗାପୂଜାର ମହା ନମବୀ ଦିନ ଘରର ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବର ମଝି ଭାଗରେ ମା ଦୁର୍ଗାଙ୍କୁ ସ୍ମରଣ କରି ଏକ ଦୀପ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମା ଙ୍କ କୃପା ଦୃଷ୍ଟି ପଡିବା ସହିତ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ଏଥିସହିତ ବହୁ ଦିନରୁ ଭୋଗୁଥିବା ରୋଗ ମଧ୍ୟ ଭଲ ହୋଇଥାଏ । ଏତତ୍ ବ୍ୟତୀତ ଆଗ୍ନେୟ କୋଣରେ ଏହି ଦୀପ ଜାଳିବା ଦ୍ୱାରା ଶତ୍ରୁଙ୍କ ବିନାଶ ମଧ୍ୟ ହୋଇଥାଏ ।

ମା ଦୁର୍ଗାଙ୍କ ସପ୍ତଶତି ଶ୍ରୋତ ପାଠ କରନ୍ତୁ: ଦୁର୍ଗା ପୂଜାର ମହା ନବମୀ ଦିନ ମାଙ୍କ ସିଦ୍ଧିଦାତ୍ରୀ ଆବତାରକୁ ପୂଜା କରାଯାଇଥାଏ । ଏହି ଦିନ ମାଙ୍କ ସପ୍ତଶତି ଉତ୍ତମ ଚରିତ୍ର ଶ୍ରୋତ ମଧ୍ୟ ପାଠ କରାଯାଇଥାଏ । ଏହି ଶ୍ରୋତ ପାଠ କରିବା ଦ୍ୱାରା ମା ଦୁର୍ଗା ତାଙ୍କ ଭକ୍ତଙ୍କ ଉପରେ ପ୍ରଶନ୍ନ ହୋଇଥାନ୍ତି । ଯାହାଫଳରେ ସେ ତାଙ୍କ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ।

କନ୍ୟା ପୂଜନ କରନ୍ତୁ: ମହା ନବମୀ ଦିନ ୨ ରୁ ୧୦ ବର୍ଷ ମଧ୍ୟରେ ୯ ଜଣ ଶିଶୁ କନ୍ୟାଙ୍କୁ ପୂଜା କରନ୍ତୁ ଏଥି ସହିତ ସେମାନଙ୍କୁ ଭୋଜନ ସହ କିଛି ଉପହାର ମଧ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମା ଦୁର୍ଗା ଅତ୍ୟନ୍ତ ଖୁସି ହୋଇଥାନ୍ତି । ଯାହାଫଳରେ ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ମା ଙ୍କୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ: ନବରାତ୍ରୀର ଶେଷ ଦିନ ଅର୍ଥାତ ମହା ନବମୀ ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ ଏହଂ ଏହା ପରେ ଭକ୍ତିର ସହିତ ଦୁର୍ଗା ରକ୍ଷା ଶ୍ରୋତ ପାଠ କରନ୍ତୁ । ଅପରି କରିବା ଦ୍ୱାରା ଘରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରର ଅଶାନ୍ତି ମଧ୍ୟ ଦୂର ହୋଇଥାଏ ।

ମା ଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ: ବାସ୍ତୁ ଶାସ୍ତ୍ର ଅନୁସାରେ ମହାନବମୀ ଦିନ ଏକ ନିରଳା କକ୍ଷ ଭିତରେ ଉତ୍ତର ଦିଗକୁ ମୁହଁ କରି ବସନ୍ତୁ । ବସିବା ସମୟରେ ହଳଦିଆ ରଙ୍ଗର ଏକ ଆସନ ବ୍ୟବହାର କରନ୍ତୁ । ଏହାପରେ ମା ଦୁର୍ଗାଙ୍କ ଏକ ଫଟୋ କିମ୍ବା ମୂର୍ତ୍ତି ରଖି ତାଙ୍କ ଆଗରେ ୯ ଟି ଦୀପ ଜାଳି ସେହି ଦୀପକୁ ଲାଲି ରଙ୍ଗର ଚାଉଳ ମାଧ୍ୟରେ ଘେରି କରନ୍ତୁ ଏବଂ ତା ଉପରେ ଶ୍ରୀ ଯନ୍ତ୍ର ସ୍ଥାପିତ କରନ୍ତୁ । ଏହା ପରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ଏହାପରେ ଶ୍ରୀ ଯନ୍ତ୍ରକୁ ଘରର ଠାକୁର ଘରେ ରଖି ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ମା ଦୁର୍ଗାଙ୍କ ବିଶେଷ କୃପା ରହିବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଥାଏ ।

Get real time updates directly on you device, subscribe now.