‘ପାକିସ୍ତାନ ଶେଷ ସୁଯୋଗ ହରାଇଲା’, ଆତଙ୍କବାଦକୁ ନେଇ ସାରା ଦୁନିଆକୁ ସ୍ପଷ୍ଟ ବାର୍ତ୍ତା ଦେଲେ ଶଶି ଥରୁର
ଅପରେସନ ସିନ୍ଦୂର ପରେ ଆମେରିକାରେ ପହଞ୍ଚିଛନ୍ତି ଶଶି ଥରୁର। ସେଠାରେ ସେ ପାକିସ୍ତାନକୁ କରିଛନ୍ତି ଟାର୍ଗେଟ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆମେରିକା ଗସ୍ତ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ସେଠାରେ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଆଲୋଚନାରେ ସେ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ ଏକତା ଉପରେ ଦାବି କରିଛନ୍ତି। ଏଥିସହ ସେ ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି।
ଶଶି ଥରୁର କହିଛନ୍ତି ଯେ, ଆମକୁ ପାକିସ୍ତାନ ସହ ଯୁଦ୍ଧ କରିବାକୁ କୌଣସି ଆଗ୍ରହ ନାହିଁ। ଆମେ ନିଜ ଅର୍ଥବ୍ୟବସ୍ଥାକୁ ବଢାଇବା ଏବଂ ନିଜ ଲୋକଙ୍କୁ ଏକବିଂଶ ଶତାବ୍ଦୀର ଦୁନିଆକୁ ଆଣିବା ପାଇଁ ଏକା ରହିବାକୁ ପସନ୍ଦ କରିବୁ।
ହେଲେ ଦୁଃଖର କଥା ହେଉଛି ଯେ, ପାକିସ୍ତାନ ଭାରତର ଏଲଓସି ଉପରେ ଲୋଭ ରଖି, ତାକୁ ହାସଲ କରିବାକୁ ଚେଷ୍ଟା କରୁଛି। ଯଦିଓ ସେ ପାରମ୍ପରିକ ଭାବେ ନେଇପାରୁନି, କିନ୍ତୁ ସେ ଏହାକୁ ଆତଙ୍କବାଦ ଜରିଆରେ ହାସଲ କରିବାକୁ ଚେହ୍ଟା କରୁଛି। କିନ୍ତୁ ଏହା ଭରତ ପକ୍ଷେ ସ୍ୱୀକାର୍ଯ୍ୟ ନୁହେଁ।
ଜାନୁଆରୀ ୨୦୧୫ରେ ପଠାନକୋଟ ବାୟୁସେନା ଉପରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ କରି ଥରୁର ସେହି ଘଟଣାକୁ ନେଇ ତାଙ୍କର ଅଭିଜ୍ଞତା ସେୟାର କରିଛନ୍ତି। ସେ କହିଛନ୍ତି ଯେ, “ଜାନୁଆରୀ ୨୦୧୫ରେ ଭାରତୀୟ ବାୟୁସେନା ଘାଟି ଉପରେ ଆକ୍ରମଣ ହୋଇଥିଲା ଏବଂ ଆମର ପ୍ରଧାନମନ୍ତ୍ରୀ ଠିକ୍ ପୂର୍ବ ମାସରେ ପାକିସ୍ତାନ ଗସ୍ତ କରିଥିଲେ, ତେଣୁ ଯେତେବେଳେ ଏହା ଘଟିଥିଲା, ସେ ଏତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ସେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ଯେ, ଆପଣ କାହିଁକି ତଦନ୍ତରେ ଯୋଗ ଦେଉନାହାଁନ୍ତି?
କଳ୍ପନା କରନ୍ତୁ ଯେ, ଭାରତୀୟ ସାମରିକ ପ୍ରତିଷ୍ଠାନର ଭୟଙ୍କରତା କେତେ ଥିଲା ଯେତେବେଳେ ପାକିସ୍ତାନୀ ତଦନ୍ତକାରୀମାନେ ଭାରତୀୟ ବାୟୁସେନାକୁ ଆସିବେ, କିନ୍ତୁ, ସେମାନେ ଆସିଲେ ଏବଂ ସେମାନେ ପାକିସ୍ତାନକୁ ଫେରିଗଲେ ଏବଂ କହିଲେ, ସମସ୍ତ ଭାରତୀୟ ନିଜେ ଏହା କରିଥିଲେ… ମୁଁ ଭୟ କରୁଛି ଯେ, ୨୦୧୫ ସେମାନଙ୍କ ପାଇଁ ଆଚରଣ କରିବା, ସହଯୋଗ କରିବା, ପ୍ରକୃତରେ ଦେଖାଇବା ପାଇଁ ଶେଷ ସୁଯୋଗ ଥିଲା, ସେମାନେ ଆତଙ୍କବାଦକୁ ଦୂର କରିବା ପାଇଁ ଗମ୍ଭୀର ଥିଲେ, ଯେପରି ସେମାନେ ସବୁବେଳେ ଦାବି କରୁଥିଲେ।”