ନୂଆଦିଲ୍ଲୀ: ସୁନା ଚାଲାଣ ମାମଲାରେ ନିଜ ପର୍ସନାଲ ଆସିଷ୍ଟାଣ୍ଟ ଶିବ କୁମାର ଧରାଯିବାକୁ ନେଇ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ । କେରଳ ତିରୁବନ୍ତପୁରମ ଆସନର ସାଂସଦ ଶଶି ଥରୁର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ମୁଁ ନିର୍ବାଚନ ପ୍ରଚାର ପାଇଁ ଧର୍ମଶାଳାରେ ଥିଲି, ମୋତେ ନିଜ ଷ୍ଟାଫର ଏକ ପୂର୍ବତନ ସଦସ୍ୟଙ୍କ ସହ ଜଡିତ ଏକ ମାମଲା ବିଷୟରେ ଶୁଣି ଝଟକା ଲାଗିଲା । ଏହି ବ୍ୟକ୍ତି ମୋ ପାଖେ ବିମାନବନ୍ଦର ସୁବିଧା ସହାୟକ ଭାବରେ ପାର୍ଟ ଟାଇମ ଜବ୍ କରୁଥିଲେ । ସେ ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ବ୍ୟକ୍ତି ଏବଂ ତାଙ୍କୁ ଡାଏଲିସିସ୍ କାରଣରୁ ପାର୍ଟ ଟାଇମରେ ରଖାଯାଇଥିଲା ।
ସେ ଆଗକୁ କହିଛନ୍ତି ଯେ, ଆଇନକୁ ନିଜ କାମ କାରିବା ଆବଶ୍ୟକ । ଶଶି ଥରୁରଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଶିବ କୁମାରଙ୍କୁ ଆଇଜିଆଇ ଏୟାରପୋର୍ଟରୁ କଷ୍ଟମ ବିଭାଗ ଧରିଥିଲେ । ଶଶି ଥରୁରଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଶିବ କୁମାର ଆଇଜିଆଇ ଏୟାରପୋର୍ଟରେ ନିଜର କୌଣସି ପରିଚିତ ଲୋକଙ୍କଠାରୁ ବିଦେଶରୁ ଅଣାଯାଇଥିବା ସୁନାକୁ ଜବତ କରାଯାଇଛି । ଏଥିସହ ତାଙ୍କୁ ହେପାଜତରେ ନିଆଯାଇଛି । ଏହି ସୁନାର ମୂଲ୍ୟ ୫୫ ଲକ୍ଷ ଟଙ୍କା ଅଟେ ।
While I am in Dharamshala for campaigning purposes, I was shocked to hear of an incident involving a former member of my staff who has been rendering part-time service to me in terms of airport facilitation assistance. He is a 72 year old retiree undergoing frequent dialysis and…
— Shashi Tharoor (@ShashiTharoor) May 30, 2024