fbpx

ପଶ୍ଚିମବଙ୍ଗ ଉପନିର୍ବାଚନ: ବିଜେପି ଧରାଶାୟୀ, ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଆଜିର ଦେଶର ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି)ର ଯାଦୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିକୁ ଲାଗିଛି ଜୋରଦାର ଝଟକା । ଆସାନସୋଲ ଲୋକସଭା ନିର୍ବାଚନରେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିଂହ୍ନା ବିଜୟ ହାସଲ କରିଛନ୍ତି । ଶତ୍ରୁଘ୍ନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟ ଲାଭ କରିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ବାଲୀଗଞ୍ଜ ବିଧାନସଭା ଆସନରୁ ଟିଏମସିର ବବୁଲ ସୁପ୍ରିୟୋ ବିଜୟ ହାସଲ କରିଛନ୍ତି । ସେହିପରି ମହାରାଷ୍ଟ୍ରର କୋହ୍ଲାପୁର ଓ ଛତିଶଗଡ଼ର ଖୈରାଗଡ଼ ବିଧାନସଭା ସିଟର ଭୋଟ ଗଣତି ଚାଲିଛି । ଏହି ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ଗତ ୧୨ ତାରିଖରେ ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ସିଟ୍ ପାଇଁ ଭୋଟ ହୋଇଥିଲା ।

ଆଜି ପଶ୍ଚିମବଙ୍ଗର ଆସନସୋଲ ନିର୍ବାଚନୀ କ୍ଷେତ୍ରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପଲଙ୍କ କାର ଉପରକୁ ଟିଏମସିର କିଛି କର୍ମୀ ଓ ସମର୍ଥକ ପଥରମାଡ଼ କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.