fbpx

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଲେ ଶାନ୍ ମାର୍ଶ

Advertisement

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଶାନ୍ ମାର୍ଶ(Shaun Marsh) ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେବା ପାଇଁ ଘୋଷଣା କରିଛନ୍ତି । ବୁଧବାର Big Bash League(ବିବିଏଲ୍)ରେ ସିଡନୀ ଥଣ୍ଡର ବିପକ୍ଷରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ । ଶନିବାର Melbourne Renegadesରେ ୬୪ ରନର ଅପରାଜିତ ଇନିଂସ ଖେଳିବା ପରେ ଏହି ଘୋଷଣା କରିଥିଲେ । IPLର ପ୍ରଥମ ସିଜିନରେ ମାର୍ଶ ଅରେଞ୍ଜ କ୍ୟାପ୍ ଜିତିଥିଲେ । ସେତେବେଳେ ତାଙ୍କର ଆନ୍ତର୍ଜାତୀୟ ଡେବ୍ୟୁ ମଧ୍ୟ ହୋଇନଥିଲା ।


୪୦ ବର୍ଷୀୟ ଶାନ୍ ମାର୍ଶ ବର୍ତ୍ତମାନ ମଧ୍ୟ ନିଜ ଫର୍ମ ବଜାୟ ରଖିଛନ୍ତି । ବିବିଏଲୁ ସିଜିନ୍ ୨୦୨୩ରେ ଆଘାତ ଲାଗିବା ପରେ ବିଳମ୍ବରେ Melbourne Renegades ଦଳରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ଖେଳିଥିବା ୫ଟି ମ୍ୟାଚରେ ଆଭରେଜ୍ ୪୫.୨୫ ଏବଂ ୧୩୮.୧୬ ଷ୍ଟ୍ରାଇକ୍ ରେଟରେ ୧୮୧ ରନ୍ ହାସଲ କରିଥିଲେ । ଏହି ଅବଧିରେ ସେ ୩ଟି ଅର୍ଧଶତକ କରିଛନ୍ତି । IPLର ପ୍ରଥମ ସିଜିନ ପରେ ସେ ତାଙ୍କ ଜୀବନର ପ୍ରଥମ ଆନ୍ତତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ବାମହାହତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଶାନ୍ ମାର୍ଶ ୧୧ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ଅଷ୍ଟ୍ରେଲିଆ ପାଇଁ ୩୮ଟି ଟେଷ୍ଟ, ୭୩ଟି ଦିନିକିଆ ଏବଂ ୧୫ଟି ଟି୨୦ ମ୍ୟାଚ୍ ଖେଳିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ସେ ତାଙ୍କ ପ୍ରଥମ ଶତକ ହାସଲ କରିଥିଲେ । ଟେଷ୍ଟ କ୍ରିକେଟରେ ହାରାହାରି ୩୪.୩୧ ଆଭରେଜରେ ୨,୨୬୫ ରନ୍ କରିଥିଲେ । ସେହିପରି ଟି୨୦ ଇଣ୍ଟରନ୍ୟାସନାଲରେ ୨୫୫ ରନ୍ କରିଥିବା ବେଳେ ଟେଷ୍ଟ ମ୍ୟାଚରେ ୬ ଏବଂ ଦିନିକିଆରେ ୭ ଶତକ ହାସଲ କରିଥିଲେ । ମାର୍ଶ ନିଜ IPL କ୍ୟାରିୟରରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଥିଲେ । ୨୦୧୭ରେ ଶେଷ ଥର ପାଇଁ ଆଇପିଏଲରେ ନଜର ଆସିଥିଲେ ।

 

Get real time updates directly on you device, subscribe now.