fbpx

(Video) ପ୍ରୋଟୋକଲ୍ ଭାଙ୍ଗି PM ମୋଦୀଙ୍କୁ ଆଲିଙ୍ଗନ କଲେ ଶେଖ ମହମ୍ମଦ, ସାରା ଦୁନିଆ ଦେଖିଲା ଭାରତ ଏବଂ UAE ର ବନ୍ଧୁତା

ନୂଆଦିଲ୍ଲୀ: ପୁଣି ଥରେ ୟୁଏଇ ଭାରତ ସହ ବନ୍ଧୁତାର ଝଲକ ସାରା ଦୁନିଆକୁ ଦେଖାଇଛି । ଆବୁ ଧାବୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଁଚିବା ମାତ୍ରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ପ୍ରୋଟୋକଲ୍ ଭାଙ୍ଗି ତାଙ୍କୁ ଆଲିଙ୍ଗନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ତାଙ୍କୁ ଆଲିଙ୍ଗନ କରିଛନ୍ତି । ତେବେ ଆବୁ ଦାବୀର ଶେଖ ଜାୟଦ ଷ୍ଟାଡିୟମରେ ‘ଅହଲନ ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ସ୍ମୃତି ସାରା ଜୀବନ ପାଇଁ ମନେରହିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ୟୁଏଇ ସମୟର କଲମରେ, ଦୁନିଆର ବହି ଉପରେ ଉଜ୍ୱଳ ଭାଗ୍ୟର ହିସାବ ଲେଖୁଛି ।

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ୟୁଏଇ ଗସ୍ତ କରିଥିଲେ। ଏହାର ତିନି ଦଶନ୍ଧି ପୂର୍ବରୁ, ୧୯୮୨ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ୟୁଏଇ ଯାଇଥିଲେ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସପ୍ତମ ଗସ୍ତ। ୟୁଏଇର ରାଷ୍ଟ୍ରପତି ସେହି ଦିନଠାରୁ ଚାରିଥର ଭାରତ ଗସ୍ତ କରିଛନ୍ତି। ନରେନ୍ଦ୍ର ମୋଦୀ ଭାରତର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଉଛି।

‘ଅହଲନ ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଏହି ଐତିହାସିକ ଷ୍ଟାଡିୟମରେ ପ୍ରତ୍ୟେକ ହୃଦସ୍ପନ୍ଦନ ଏବଂ ପ୍ରତ୍ୟେକ ନିଶ୍ୱାସ ‘ଭାରତ-ୟୁଏଇ ବନ୍ଧୁତା ଜିନ୍ଦବାଦ୍’ କହୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ କେବଳ ଏହି ମୁହୂର୍ତ୍ତରେ ବଞ୍ଚିବାକୁ ପଡିବ। ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ଶୁଣିବା ପାଇଁ ଶେଖ ଜାୟଦ ଷ୍ଟାଡିୟମକୁ 60 ହଜାର ଭାରତୀୟ ପ୍ରବାସୀ ଆସିଥିଲେ। ଏହି ସମୟରେ ଲୋକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.