ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି। ୫ ଅଗଷ୍ଟରେ ନିଜ ଜୀବନକୁ ବଞ୍ଚାଇ ସେ ଢାକାରୁ ଭାରତକୁ ଆସି ଆଶ୍ରୟ ନେଇଥିଲେ। ଭାରତ ପହଞ୍ଚିବା ପୂର୍ବରୁ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ମଦ୍ୟ ଛାଡିବାକୁ ପଡିଥିଲା। ବର୍ତ୍ତମାନର ବାଂଲାଦେଶ ସରକାରଶେଖ ହସିନାଙ୍କ ଡିପ୍ଲୋମାଟିକ ପାସପୋର୍ଟ ରଦ୍ଦ କରିବାକୁ ମଧ୍ୟ ଘୋଷଣା କରିଛନ୍ତି, ଅର୍ଥାତ
ଯେଉଁ ପାସପୋର୍ଟକୁ ନେଇ ଶେଖ ହସିନା ଭାରତ ଆସିଥିଲେ ବର୍ତ୍ତମାନ ସେ ତାର ମୂଲ୍ୟ ନାହିଁ। ପାସପୋର୍ଟ ରଦ୍ଦ ହେବାର କାରଣରୁ ବର୍ତ୍ତମାନ ଶେଖ ହସିନାଙ୍କ ଉପରେ ବାଂଲାଦେଶ ଫେରିବାକୁ ଚାପ ରହିବ।
ସୂଚନାନୁଯାୟୀ, ବାଂଲାଦେଶର ଅଫିସିଆଲ ବା ଡିପ୍ଲୋମାଟିକ ପାସପୋର୍ଟଧାରୀ ବ୍ୟକ୍ତିଙ୍କୁ ଭାରତରେ ବିନା ଭୀଜାରେ ୪୫ ଦିନ ପର୍ଯ୍ୟନ୍ତ ରହିବାର ଅନୁମତି ରହିଛି। ଭାରତରେ ଆଶ୍ରୟ ନେବା କାରଣରୁ ଶେଖ ହସିନାଙ୍କୁ ଭାରତରେ ରହିବାକୁ ଅସୁବିଧା ନ ହେଉ, ହେଲେ କୌଣସି ଦେଶକୁ ସେ ଯାଇପାରିବେ ନାହିଁ।
ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପରେ ୫୦ରୁ ଅଧିକ ମୋକଦ୍ଦମା ଜାରି କରାଯାଇଛି, ଯେଉଁଥିରେ ଅଧିକ ହତ୍ୟା ମାମଲା ରହିଛି। ଯୁକ୍ତରାଷ୍ଟ୍ରର ଏକ ଟିମ ମଦ୍ୟ ବାଂଲାଦେଶରେ ପହଞ୍ଚିଛନ୍ତି, ଯେଉଁମାନେ ଶେଖ ହସିନାଙ୍କ କାର୍ଯ୍ୟକାଳରେ ହୋଇଥିବା ମାନବିକ ଅଧିକାରର ଉଲ୍ଲଂଘନ ମାମଲାକୁ ଯାଞ୍ଚ କରିବେ। ନିଜ ପ୍ରାଥମିକ ଯାଞ୍ଚରେ ୟୁଏନ ଟିମ ଶେଖ ହସିନାଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି। କୁହାଯାଉଛି ଯେ, ବାଂଲାଦେଶ ସରକାର ଶେଖ ହସିନାଙ୍କ ବିରୋଧରେ ଭାରତରୁ ପ୍ରତ୍ୟର୍ପଣ ଦାବି କରିପାରନ୍ତି।