fbpx

(Video) ବେଳାଭୂମିରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ମସ୍ତି; ଦେଖନ୍ତୁ କିପରି ସାର୍ଟ ଖୋଲି ଖେଳୁଛନ୍ତି କୋହଲି, ରିଙ୍କୁ ଓ ହାର୍ଦ୍ଦିକ୍…

Advertisement

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି ଭାରତୀୟ ଦଳ । ଟିମ୍ ଇଣ୍ଡିଆର ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲେ ହେଁ ରୋହିତ ଶର୍ମା ଆଣ୍ଡ୍ କମ୍ପାନି ମ୍ୟାଚ୍ ନ ହାରି ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି । ସୁପର-୮ ପର୍ଯ୍ୟାୟର ଗ୍ରୁପ୍-୧ ରେ ଭାରତ ରହିଛି, ଯେଉଁଥିରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଜୁନ୍ ୨୦ ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଖେଳାଳି ୱେଷ୍ଟଇଣ୍ଡିଜ୍ ବେଳାଭୂମିରେ ଭଲିବଲ୍ ଖେଳୁଥିବାର ଦେଖିବାକୁ ମିଳିଛି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଟିମ୍ ଇଣ୍ଡିଆକୁ ୨ ଟି ଗ୍ରୁପରେ ବିଭକ୍ତ କରାଯାଇଛି । ବାର୍ବାଡୋସ ସମୁଦ୍ର କୂଳରେ ଖେଳାଳିମାନେ ମଜା ନେଉଥିବା ବେଳେ ବିରାଟ କୋହଲି ଓ ରିଙ୍କୁ ସିଂହ ବିଶେଷ କରି ଅଧିକ ଦୃଷ୍ଟି ଆକର୍ଷଣ କରୁଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା, ବିରାଟ କୋହଲି, ରିଙ୍କୁ ସିଂହ, ଅର୍ଶଦୀପ ସିଂହ, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ ଏବଂ ଏପରିକି ଦଳର ଫିଲ୍ଡିଂ କୋଚ୍ ଟି ଦିଲୀପ ମଧ୍ୟ ନିଜ କ୍ରୀଡ଼ା ଦକ୍ଷତା ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ବିଶେଷ କରି ବିରାଟ, ରିଙ୍କୁ, ଅର୍ଶଦୀପ ଓ ହାର୍ଦ୍ଦିକ ଶାର୍ଟ ଖୋଲି ଭଲିବଲ୍ ଖେଳିଥିଲେ ।

 

Get real time updates directly on you device, subscribe now.