ଶୀତଳ ଷଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୫୦ ଲକ୍ଷର ଅନୁଦାନ

ଭୁବନେଶ୍ୱର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସିଏମଆରଏଫରୁ ୫୦ ଲକ୍ଷ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଶୀତଳ ଷଷ୍ଠୀର ପ୍ରଚାର-ପ୍ରସାର ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶୀତଳ ଷଷ୍ଠୀ ଭବ୍ୟ କରିବାକୁ ସରକାର ଯୋଜନା ରଖିଛନ୍ତି ।

ଚଳିତ ବର୍ଷ ଶୀତଳ ଷଷ୍ଠୀ ଜୁନ୍ ୧ ତାରିଖରେ ପଡ଼ୁଛି । ସାରା ରାଜ୍ୟରେ ଶୀତଳ ଷଷ୍ଠୀ ଧୁମଧାମରେ ପାଳନ କରାଯାଏ ।

ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୀତଳ ଷଷ୍ଠୀ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଏ ।