fbpx

ଯୁବରାଜଙ୍କ ସହ କରାଯାଉଛି ତୂଳନା, ଏମିତି ଜବାବ ଦେଲେ ଶିବମ ଦୁବେ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ବିସ୍ଫୋରକ ବ୍ୟାଟିଂ କରି ଚେନ୍ନାଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଶିବମ ଦୁବେ। ସେ ଚଳିତ ଆଇପିଏଲର ୨୨ତମ ମ୍ୟାଚରେ ମାତ୍ର ୪୬ ବଲରୁ ୯୫ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଏହା ପରେ ଶିବମ ଦୁବେ କହିଛନ୍ତି, ତାଙ୍କର ଧ୍ୟାନ କେବଳ ନିଜର ମୌଳିକ ଜିନିଷ ଉପରେ ଥିଲା। ବରିଷ୍ଠ ଖେଳାଳି ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି। ୨୩ ରନର ବିଜୟ ପରେ ଦୁବେ କହିଛନ୍ତି, ଆମେ ପ୍ରଥମ ବିଜୟ ସନ୍ଧାନରେ ଥିଲୁ। ମୁଁ ବହୁତ ଖୁସି ଯେ ଏଥିରେ ମୁଁ ଯୋଗଦାନ ଦେଇ ପାରିଛି।

ମହାନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପରି ବ୍ୟାଟସମ୍ୟାନ ହୋଇଥିବା କାରଣରୁ ତାଙ୍କର ତୂଳନା ଯୁବରାଜ ସିଂହଙ୍କ ସହ କରାଯାଉଛି। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯୁବରାଜ ମୋ ପରି ଅନେକ ବ୍ୟାଟସମ୍ୟାନଙ୍କ ପାଇଁ ଆଦର୍ଶ। ଅନେକ କୁହନ୍ତି ମୁଁ ତାଙ୍କ ପରି ବ୍ୟାଟିଂ କରୁଛି। କିନ୍ତୁ ଦଳର ପରିସ୍ଥିତି ଏବଂ ଅଧିନାୟକ ଓ କୋଚଙ୍କ କହିବାନୁଯାୟୀ ମୁଁ କୌଣସି ବି କ୍ରମରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ। ଦମଦାର ବ୍ୟାଟିଂ ପାଇଁ ଗତକାଲି ଶିବମ ଦୁବେ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାରରେ ବିବେଚିତ ହୋଇଛନ୍ତି। ସେ ଏହି ପୁରସ୍କାରକୁ ନିଜ ପିତାଙ୍କୁ ସମର୍ପିତ କରିଛନ୍ତି।

ଅନ୍ୟପଟେ ୫୦ ବଲରୁ ୮୮ ରନ କରିଥିବା ଅନୁଭବୀ ବ୍ୟାଟସମ୍ୟାନ ରବିନ ଉଥପ୍ପା କହିଛନ୍ତି, ଦୁବେ ଏତେ ଭଲ ଫର୍ମରେ ଥିଲେ ଯେ, ଉଭୟଙ୍କୁ ଅଧିକ କିଛି କଥା ହେବାକୁ ପଡିନଥିଲା। ମୁଁ ବି ବହୁତ ଯୋଗଦାନ ଦେବାକୁ ଚାହୁଁଥିଲି। ସାମ୍ନାରେ ଦୁବେ ଏତେ ଭଲ ଖେଳୁଥିଲେ ଯେ, ଦୁହିଁଙ୍କୁ ଅଧିକ ଆଲୋଚନା କରିବାକୁ ପଡିନଥିଲା। ଯେବେ ତୃତୀୟ ଓଭରରେ ଗ୍ଲେନ ମ୍ୟାକ୍ସଓ୍ଵେଲ ବୋଲିଂ କରିବାକୁ ଆସିଲେ, ମୁଁ ହାତ ଖୋଲିବା ଆରମ୍ଭ କରି ଦେଇଥିଲି ବୋଲି ଉଥାପ୍ପା କହିଛନ୍ତି।

 

Get real time updates directly on you device, subscribe now.