fbpx

ମୃତ୍ୟୁ ପୂର୍ବରୁ ମିଳିଥାଏ ଏପରି ସଙ୍କେତ! ୧୫ ଦିନରୁ ୬ ମାସ ଭିତରେ ମୃତ୍ୟୁ

ନୂଆଦିଲ୍ଲୀ: ମୃତ୍ୟୁ ନାଁ ଶୁଣିଲେ କାହାକୁ ବା ଡର ନଲାଗେ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ଓ ଏହା ପୂର୍ବର ଘଟଣା ବିଷୟରେ ଜାଣିବାକୁ ସମସ୍ତ ମନରେ ଜିଜ୍ଞାସା ଥାଏ । ମରିବା ସମୟରେ ବା ଏହା ପୂର୍ବରୁ ବ୍ୟକ୍ତି କିପରି ଅନୁଭବ କରନ୍ତି, ତାହା ଜାଣିବାକୁ ସମସ୍ତେ ଆଗ୍ରହୀ ଥାଆନ୍ତି । ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥରେ ଏହି ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି । ସେହି ଗ୍ରନ୍ଥଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଶିବମହାପୁରାଣ । ଏଥିରେ ମରିବା ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ମରିବା ପୂର୍ବରୁ କିଭଳି ସଙ୍କେତ ମିଳିଥାଏ…

– ଯଦି ବ୍ୟକ୍ତିର ପାଟି, କାନ, ଆଖି ଓ ଜିଭ ସଠିକ୍ ଭାବରେ କାମ ନ କରେ । ଯଦି ତାଙ୍କର କଥା କହିବା, ଶୁଣିବା, ସ୍ୱାଦ ନେବା ଓ ଦେଖିବାର କ୍ଷମତା କାମ କରିବା ବନ୍ଦ ହୁଏ, ତେବେ ସର୍ବାଧିକ ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଏ ।

– ଯଦ କୌଣସି ବ୍ୟକ୍ତିର ଶରୀର ନୀଳ କିମ୍ବା ହଳଦିଆ ପଡ଼ିଯାଏ କିମ୍ବା ଶରୀରରେ ବହୁତ ନାଲି ଚିହ୍ନ ଦେଖାଯାଏ, ତେବେ ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇପାରେ ।

– ମୃତ୍ୟୁର ୪ ରୁ ୬ ମାସ ପୂର୍ବରୁ ସେହି ବ୍ୟକ୍ତିଙ୍କୁ ପାଣି କିମ୍ବା ତେଲରେ ନିଜର ପ୍ରତିଫଳନ ଦେଖାଯିବା ବନ୍ଦ ହୋଇଯାଏ ।

– ଯେଉଁ ବ୍ୟକ୍ତିଙ୍କୁ ନିଆଁର ଆଲୋକ ଦେଖାଯାଇନଥାଏ, ସେ ମଧ୍ୟ ୬ ମାସ ମଧ୍ୟରେ ମରିପାରନ୍ତି ।

– ଠିକ୍ ସେହିପରି ମୃତ୍ୟୁର ୬ ମାସ ପୂର୍ବରୁ ବ୍ୟକ୍ତିଙ୍କୁ ଧ୍ରୁବ ତାରା ବା ସୂର୍ଯ୍ୟ ଦେଖାନଯିବା ସହ ରାତିରେ ଇନ୍ଦ୍ରଧନୁ ଦେଖାଯାଇଥାଏ ।

– ଯଦି ବ୍ୟକ୍ତିର ବାମ ହାତ ଡେଉଁଥାଏ ଓ ପାଟି ଅଧିକାଂଶ ସମୟ ଶୁଖିଲା ରୁହେ, ତେବେ ୧ ମାସ ମଧ୍ୟରେ ମୃତ୍ୟୁ ହୋଇପାରେ ।

– ମୃତ୍ୟୁର ୧ ମାସ ପୂର୍ବରୁ ବ୍ୟକ୍ତିଙ୍କୁ ଚନ୍ଦ୍ର ଓ ତାରା ଠିକରେ ଦେଖାଯିବା ବନ୍ଦ ହୋଇଯାଏ । ସେହିପରି ଯଦି ଚନ୍ଦ୍ର ଓ ସୂର୍ଯ୍ୟର ଆଖପାଖରେ କଳା ବା ଲାଲ୍ ଘେରା ଦେଖାଯାଏ, ତେବେ ୧୫ ଦିନରେ ମୃତ୍ୟୁ ହୋଇଯାଏ ।

– ବ୍ୟକ୍ତିଙ୍କୁ ଅଚାନକ୍ ନୀଳମାଛି ଘେରି ଯିବା ମଧ୍ୟ ମୃତ୍ୟୁ ପୂର୍ବର ସଙ୍କେତ । ଏପରି ବ୍ୟକ୍ତିଙ୍କର ମାସକ ମଧ୍ୟରେ ମୃତ୍ୟୁ ହୋଇପାରେ ।

– ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ କାଉ ଓ କପୋତ ବସେ, ତେବେ ୧ ମାସ ଭିତରେ ବ୍ୟକ୍ତିର କାଳ ସରିଯାଏ ବା ତାହାର ମୃତ୍ୟୁର ସଙ୍କେତ ମିଳିଥାଏ ।

Get real time updates directly on you device, subscribe now.