fbpx

ହିମାଚଳ ପ୍ରଦେଶର ସୁଖୁ ସରକାରଙ୍କୁ ବଡ଼ ଝଟକା, Water Cessକୁ ନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ସୁଖୁ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି । ରାଜ୍ୟ ହାଇକୋର୍ଟ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ବିଦ୍ୟୁଦ ପ୍ରକଳ୍ପରେ ୱାଟର ସେସ ଲଗାଇବାର ନିଷ୍ପତ୍ତିକୁ ବାତିଲ କରିଛନ୍ତି । ଏହି ମାମଲା ସହ ଜଡିତ ଅଧିସୂଚନାକୁ ହାଇକୋର୍ଟ ବାତିଲ କରିଛନ୍ତି ।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ସୁଖୁ ସରକାର ବିଜୁଳି ପ୍ରକଳ୍ପ ଉପରେ ୱାଟର ସେସ ଲଗାଇବା ପାଇଁ ଅଧିସୂଚନା ଜାରି କରିଥିଲେ । ଏହା ବିରୋଧରେ କିଛି କମ୍ପାନୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ଏବଂ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ସେବେଠାରୁ ଏହି ମାମଲା କୋର୍ଟରେ ଚାଲୁଥିଲା । ପୂର୍ବତନ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ସମେତ ଓକିଲମାନଙ୍କର ଏକ ଦଳ କମ୍ପାନୀ ପ୩ରୁ ଏହି ମାମଲାକୁ ସମର୍ଥନ କରୁଥିଲେ । ବର୍ତ୍ତମାନ ହିମାଚଳ ସରକାର ଏହି ଘଟଣାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ହାଇକୋର୍ଟରେ ସରକାର ଦେଇଥିବା ବିଜ୍ଞପ୍ତିକୁ ବାତିଲ କରାଯାଇଛି ।

Get real time updates directly on you device, subscribe now.