fbpx

ପୁଣି ଘୁଞ୍ଚିଲା ରଣବୀର ଓ ଆଲିଆଙ୍କ ବାହାଘର, ଏହି ତାରିଖରେ ପଡ଼ିବ ହାତଗଣ୍ଠି

ମୁମ୍ବାଇ: ବଲିଉଡର ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ନିଜ ସମ୍ପର୍କ ଓ ବାହାଘରକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି । ଫ୍ୟାନ୍ସମାନେ ମଧ୍ୟ ସେମାନଙ୍କ ବାହାଘରକୁ ଅନାଇ ବସିଛନ୍ତି । ଏହି ବର୍ଷର ଶେଷ ଆଡକୁ ସେମାନଙ୍କ ବିବାହ ହେବ ବୋଲି ଚର୍ଚ୍ଚା ଧରିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଖବର, ଯାହାକୁ ଶୁଣି ତାଙ୍କ ଫ୍ୟାନ୍ସମାନେ ପୁଣି ନିରାଶ ହେବେ । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରୁ ଜଣାପଡୁଛି ଯେ ଏହି କପଲଙ୍କ ବାହାଘର ତାରିଖ ପୁଣି ଘୁଞ୍ଚିଯାଇଛି । ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନେ ବି ଲଗାତାର କମେଣ୍ଟ ଦେବାରେ ଲାଗିଛନ୍ତି ।

ତେବେ ଦୀପାବଳି ଅବସରରେ ରଣବୀର କପୁରଙ୍କ ସହିତ ଆଲିଆ ଭଟ୍ଟ ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଥିଲେ, ଯାହାକୁ ଦେଖି ଫ୍ୟାନ୍ସମାନେ ଭାବିଲେ କି ଖୁବଶୀଘ୍ର ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ।

କିନ୍ତୁ ପ୍ରସିଦ୍ଧ ସେଲିବ୍ରିଟ ଫଟୋଗ୍ରାଫର ବିରଳ ଭିୟାନ୍ ନିଜ ଅଡ଼ିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଆଲିଆ ଓ ରଣବୀରଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ, ‘ ବାହାଘର ୨୦୨୨ ଅପ୍ରେଲ ମାସ ପର୍ଯ୍ୟନ୍ତ ଘୁଞ୍ଚିଯାଇଛି ।’ସୂଚନା ମୁତାବକ ଆଲିଆ ଓ ରଣବୀର ନିଜ କାମକୁ ନେଇ ବାହାଘରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.