fbpx

ପୂର୍ବ ଶତ୍ରୁତାରୁ ଗୁଳି ଓ ବୋମାମାଡ: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ କାମାଖ୍ୟାନଗରରେ ପୂର୍ବ ଶତ୍ରୁତାରୁ ଗୁଳି ଓ ବୋମାମାଡ ହୋଇଥିବା ସୂଚନା ମିଳିଛି । ଏହି ଗୁଳିମାଡରେ ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଗୁରୁତରଙ୍କ ମଧ୍ୟରୁ ଜଣେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ତେବେ ସାରଙ୍ଗଧର ଷ୍ଟାଡିଅମ ନିକଟରେ ଗତକାଲି ରାତିରେ ଘଟିଥିଲା ଏହି ଅଘଟଣ । ଏକ କାର ଉପରକୁ ବୋମାମାଡ ସହ ୬ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଅପରାଧୀଙ୍କୁ ଧରିବାକୁ କାମାଖ୍ୟାନଗର ପୋଲିସ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.