fbpx

ବର୍ତ୍ତମାନ ସୁଦ୍ଧା ୭୩୦ ଡାକ୍ତରଙ୍କ ଜୀବନ ନେଲାଣି କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା ଆଇଏମଏ ପକ୍ଷରୁ ଆଜି କୁହାଯାଇଛି । ୭୩୦ ଡାକ୍ତଙ୍କ ମଧ୍ୟରୁ କେବଳ ବିହାରରୁ ୧୧୫ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ବିହାର ସମେତ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟକ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

ତେବେ ବିହାରରେ ସର୍ବାଧିକ ୧୧୫ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରୁ ୧୦୯, ଉତ୍ତରପ୍ରଦେଶରୁ ୭୯, ପଶ୍ଚିମବଙ୍ଗରୁ ୬୨, ରାଜସ୍ଥାନରୁ ୪୩, ଝାରଖଣ୍ଡରୁ ୩୯, ଆନ୍ଧ୍ରପ୍ରଦେଶରୁ ୩୮, ତେଲେଙ୍ଗାନା ଓ ଗୁଜରାଟରୁ ୩୭ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ଆସାମରୁ ୯, ଛତିଶଗଡରୁ ୫, ଗୋଆରୁ ୨, ହରିୟାଣାରୁ ୩, ଜମ୍ମୁ ଓ କାଶ୍ମୀରରୁ ୩, କର୍ଣ୍ଣାଟକରୁ ୯, କେରଳରୁ ୨୪, ମଧ୍ୟପ୍ରଦେଶରୁ ୧୬, ମହାରାଷ୍ଟ୍ରରୁ ୨୩, ମଣିପୁରରୁ ୫, ଓଡିଶାରୁ ୩୧, ପଣ୍ଡିଚେରୀରୁ ଜଣେ, ପଞ୍ଜାବରୁ ୩, ତାମିଲନାଡୁରୁ ୩୨, ତ୍ରିପୁରାରୁ ୨, ଉତ୍ତରାଖଣ୍ଡରୁ ୨ ଓ ଅନ୍ୟାନ୍ୟରୁ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.