fbpx

ଉତକ୍ଷେପଣର କିଛି ସମୟ ପରେ… ପୃଥିବୀରେ ପଡ଼ିଲା ଚୀନ ରକେଟର କିଛି ଅଂଶ, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ଶନିବାର ଚୀନ ଏବଂ ଫ୍ରାନ୍ସ ମିଳିତ ଭାବେ ଏକ Long March 2-C ରକେଟ ଉତେକ୍ଷେପଣ କରିଥିଲେ । ଏହାର କିଛି ସମୟ ପରେ ଏହି ରକେଟର କିଛି ଅଂଶ ପୃଥିବୀର ଏକ ଆବାସିକ ଅଞ୍ଚଳ ନିକଟରେ ପଡ଼ି ବିସ୍ଫୋରଣ ହୋଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜୁନ୍ ୨୨ ତାରିଖ Xichang Satellite ଲଞ୍ଚ୍ ସେଣ୍ଟରରୁ ସ୍ଥାନୀୟ ସମୟ ସକାଳ ୩ଟାରେ Long March 2-C ରକେଟ୍ ଉତକ୍ଷେପଣ କରାଯାଇଥିଲା । ଅପରପକ୍ଷରେ ଚୀନ ଅଧିକାରୀଙ୍କ କହିବାନୁଯାୟୀ ଏହି ମିଶନ ସଫଳ ହେବା ସହ ଯାନ ନିଜ କକ୍ଷରେ ସ୍ଥାପିତ ହୋଇଯାଇଛି । ଶନିବାର ମହାକାଶକୁ ଲଞ୍ଚ୍ କରାଯାଇଥିବା ଏହି ଉପଗ୍ରହ ଚୀନ୍ ଏବଂ ଫ୍ରାନ୍ସର ବେଜ୍ଞାନିକଙ୍କ ଦୀର୍ଘ ୨୦ ବର୍ଷର କଠୋର ପରିଶ୍ରମର ପରିଣାମ ।

 

Get real time updates directly on you device, subscribe now.