ଏହି ଦିନ ଆରମ୍ଭ ହେବ ଶ୍ରାବଣ ମାସ, ଏଥର ପଡ଼ୁଛି ଏତିକି ସୋମବାର

ଜାଣନ୍ତୁ ଚଳିତ ଶ୍ରାବଣ ମାସ ବିଷୟରେ । ଶ୍ରାବଣ ମାସର କିଛି ବିଶେଷତ୍ୱ । ଏକା ସାଙ୍ଗରେ ପାଳନ ହେବ ୨ଟି ପର୍ବ ।

ଓଡିଶା ଭାସ୍କର: ଶ୍ରାବଣ ମାସ ଶିବ ଭକ୍ତମାନଙ୍କ ପାଇଁ ଶ୍ରେଷ୍ଠ ମାସ ବୋଲି କୁହାଯାଏ । ଏହି ମାସକୁ ପ୍ରତ୍ୟେକ ଭକ୍ତ ବେଶ୍ ନିଷ୍ଠାର ସହକାରେ ପାଳନ କରନ୍ତି । ମାସ ତମାମ ଭକ୍ତମାନେ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପୂଜା ଓ ଉପାସନା କରିଥାନ୍ତି ।

ଶ୍ରାବଣ ମାସ ସାଙ୍ଗକୁ ଏହି ମାସରେ ପଡ଼ୁଥିବା ସୋମବାରର ମହତ୍ତ୍ୱ ବେଶ୍ ଅଧିକ । ଏହି ଦିନ ଲୋକମାନେ ଉପବାସ କରନ୍ତି । ଚାଲନ୍ତୁ ଜାଣିବା ଏ ବର୍ଷ ଶ୍ରାବଣ ମାସ କେବେଠାରୁ ଆରମ୍ଭ ଏବଂ କେତୋଟି ଶ୍ରାବଣ ସୋମବାର ପଡ଼ୁଛି ।

ଏହି ଦିନ ଆରମ୍ଭ
ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୧୧ ତାରିଖରୁ ଆରମ୍ଭ ହେଉଛି । ମାସ ଶେଷ ହେବ ଅଗଷ୍ଟ ୯ ତାରିଖରେ । ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପାଳନ କରାଯିବ । ଚଳିତ ଥର ଶ୍ରାବଣ ମାସରେ ୪ଟି ସୋମବାର ପଡ଼ିବ ।

ଶ୍ରାବଣ ମାସ ପ୍ରଥମ ସୋମବାର ୧୪ ତାରିଖରେ ପଡ଼ୁଛି । ଦ୍ୱିତୀୟ ସୋମବାର ୨୧ ତାରିଖ, ତୃତୀୟ ସୋମବାର ୨୮ରେ ଏବଂ ଚତୁର୍ଥ ବା ଶେଷ ସୋମବାର ଅଗଷ୍ଟ ୪ ତାରିଖରେ ପଡ଼ିବ ।
କ’ଣ କରିବା ଉଚିତ୍

ଶ୍ରାବଣ ମାସ ଶିବ ଠାକୁରଙ୍କ ମାସ । ଉପବାସ କରୁଥିବା ଲୋକମାନେ ଶ୍ରାବଣ ମାସର ନିୟମ ମାନି ଚଳିବା ଏକାନ୍ତ ଜରୁରୀ । ବ୍ରତ ପାଇଁ ମାସସାରା ଅମୀଷ ଖାଇବା ନିଷିଦ୍ଧ ।

ବ୍ରତ କଲେ ବ୍ରହ୍ମଚାର୍ଯ୍ୟର ପାଳନ କରିବା ଜରୁରୀ । ଏହି ମାସରେ କ୍ଷୀର କିମ୍ବା ଧଳା ରଙ୍ଗର ଖାଦ୍ୟ, ପଦାର୍ଥ ଦାନ କଲେ ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ । ଏ ମାସରେ ଚୁଟି, ଦାଢ଼ି କାଟିବା ମନା ହୋଇଥାଏ ।
ଏହି ସବୁ ନିୟମର ପାଳନ କରି ଭକ୍ତି ସହକାରେ ଶିବଙ୍କ ଆରଧନା କଲେ ଈଶ୍ୱରଙ୍କ କୃପା ପ୍ରାପ୍ତି ହୋଇଥାଏ ।