fbpx

ପହଣ୍ଡିରେ ଆସିଲେ ବଡ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର

ପୁରୀ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ର ପହଣ୍ଡି ହୋଇ ରଥକୁ ଆସୁଛନ୍ତି। ଚକ୍ରରାଜଙ୍କ ପହଣ୍ଡି ସରିବା ପରେ ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ବରଷକେ ଥରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଭାଇ-ଭଉଣୀଙ୍କୁ ସାଥିରେ ଘେନି ଧାଇଁ ଆସନ୍ତି ବଡଠାକୁର । ନଅ ଦିନ କାଳ ଗୁଣ୍ଡିଚା ମନ୍ଦିରରେ ଲୀଳା ଖେଳା ସାରି ପୁଣି ଫେରିଯାଆନ୍ତି ନୀଳକନ୍ଦରକୁ ।

ତେବେ ନିର୍ଧାରିତ ସମୟ ଅନୁଯାୟୀ ଆରମ୍ଭ ହୋଇଛି ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ଶ୍ରୀବିଗ୍ରହଙ୍କୁ ଜଣ ଜଣ କରି ସେବାୟତ ମାନେ ପହଣ୍ଡି କରି ତିନି ରଥକୁ ଆଣୁଛନ୍ତି ।

ପାରମ୍ପରିକ ଭାବେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ରଥରେ ସ୍ଥାପନା କରାଯିବା ପରେ ବଡ ଭାଇ ତଥା ପ୍ରଭୁ ବଳଭଦ୍ରଙ୍କ ପହଣ୍ଡିବିଜେ ନୀତି ଅନୁଷ୍ଠିତ ହୋଇଛି ।

Get real time updates directly on you device, subscribe now.