ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ର ବିଷୟରେ ବହୁ ପରାମର୍ଶ ଯୁଧିଷ୍ଠିରଙ୍କୁ ଦେଇଛନ୍ତି । ଯୁଧିଷ୍ଠିରଙ୍କ ରାଜ ତିଳକ ସମୟରେ ସେ ତାଙ୍କୁ ରାଜ୍ୟ ଓ ଘରର ସୁଖ ସମୃଦ୍ଧି ଲାଗି ବାସ୍ତୁ ଉପାୟ କହିଥିଲେ । ଜ୍ୟୋତିଷବିଦ୍ଙ୍କ ମତରେ ପ୍ରଭୁ ଶ୍ରୀକୃଷ୍ଣ କହିଥିବା ବାସ୍ତୁ ନିୟମ ଜଣେ ନିଜ ଜୀବନରେ ଅନୁସରଣ କଲେ ଦାରିଦ୍ର୍ୟତା ସଂପୂର୍ଣ୍ଣ ଭାବରେ ହଟିଯିବ ।
ପ୍ରଭୁ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ଯେଉଁଠାରେ ଏହି ପଞ୍ଚତତ୍ତ୍ୱ ଧୂପ, ଦୀପ, ପୁଷ୍ପ, ଗନ୍ଧ ଓ ନୈବେଦ୍ୟ ରହିଛି ସେଠାରେ ବାସ୍ତୁ ଦୋଷ ସମସ୍ୟା ପାଖ ମାଡି ନ ଥାଏ ।
ପାଣି: ପ୍ରଭୁ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଆପଣଙ୍କ ରାଜ୍ୟ କିମ୍ବା ଘରେ ସର୍ବଦା ପିଇବା ପାଣିର ସଠିକ୍ ବ୍ୟବସ୍ଥା କରାଯିବା ଉଚିତ । ପାଣିର ବ୍ୟବସ୍ଥା ସର୍ବଦା ଉତ୍ତର ପୂର୍ବ ଦିଗରେ ହେବା ଉଚିତ ।
ଚନ୍ଦନ: ଘରେ ଚନ୍ଦନ ନିହାତି ରଖିବା ଉଚିତ । ଚନ୍ଦନ ଘରେ ପବିତ୍ରତା ବୃଦ୍ଧି କରିଥାଏ । ଏହାର ସୁଗନ୍ଧ କେବେ ହ୍ରାସ ପାଏ ନାହିଁ ।
ଘିଅ: ଘରେ ଗାଈର ଶୁଦ୍ଧ ଘିଅ ବ୍ୟବହାର କରିବା ଦ୍ୱାରା ପବିତ୍ରତା ବୃଦ୍ଧି ପାଇଥାଏ । ଆପଣ ଏହି ଘିଅରେ ଦୀପ ଜାଳିବା ସହିତ ଭୋଜନରେ ମଧ୍ୟ ଏହା ବ୍ୟବହାର କରିପାରିବେ । ଘରେ ଘିଅ କେବେ ଯେପରି ନ ସରିବ ସେଥିପ୍ରତି ଦୃଷ୍ଟି ଦେବେ ।
ମହୁ: ଏହା ଆପଣଙ୍କ ଆତ୍ମାକୁ ଶୁଦ୍ଧ କରିବା ସହିତ ଏହାର ପ୍ରୟୋଗ ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିଥାଏ ।
ସରସ୍ୱତୀ: ମା’ ସରସ୍ୱତୀଙ୍କ ପୂଜନ ବ୍ୟକ୍ତିକୁ ଗରିବୀରୁ ଦୂରେଇ ରଖିଥାଏ । ବୁଦ୍ଧିକୁ ଶୁଦ୍ଧ ରଖିଥାଏ । ଏଣୁ ସରସ୍ୱତୀଙ୍କ ଫଟୋ ଘରେ ନିଶ୍ଚୟ ରଖନ୍ତୁ ।