fbpx

ତୁଳସୀ କୁମାର ଆରଏସଏଫଆଇର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ: ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ(ଆରଏସଏଫଆଇର) ରବିବାର ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହାର ବାର୍ଷିକ ସାଧାରଣ ସଭାରେ ୨୦୨୧-୨୫ ପାଇଁ ୧୫ ସଦସ୍ୟଙ୍କ ନୂତନ ଦଳ ମନୋନୀତ କରିଛି ।

ଓଡ଼ିଶାର ଶ୍ରୀ ତୁଳସୀ ରାମ ଅଗ୍ରୱାଲ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ଆରଏସଏଫଆଇର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଉପସଭାପତି ଭାବରେ ଚେନ୍ନାଇରୁ ଶ୍ରୀ ରେଜି ଆବ୍ରହମ, ସାଧାରଣ ସଚିବ ଭାବରେ ଦିଲ୍ଲୀର ଶ୍ରୀ ନରେଶ ଶର୍ମା ଏବଂ କୋଷାଧ୍ୟକ୍ଷ ଭାବରେ ବିଶାଖାପଟ୍ଟନମର ଶ୍ରୀ ଡି. ଭାଗୀରଥ କୁମାର ନିଯୁକ୍ତ ହୋଇଛନ୍ତି ।

ଅନୁବନ୍ଧିତ ରାଜ୍ୟ ସଂଗଠନର ଦୁଇଜଣ ପ୍ରତିନିଧିଙ୍କ ସହ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମୋଟ ୧୯ଟି ରାଜ୍ୟରୁ ୩୮ ଭୋଟରଙ୍କୁ ନେଇ ଆରଏସଏଫଆଇର ନିର୍ବାଚନ ହୋଇଥିଲା । ୧୨ ଜଣ ଅପ୍ରତିନ୍ଦ୍ୱନ୍ଦି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ତୁଳସୀ କୁମାର ବହୁମତରେ ଜିତିଥିଲେ ।
ରୋଲର ସ୍ୱୋର୍ଟ୍ସ ସମଗ୍ର ଦେଶରେ ଏକ ଲୋକପ୍ରିୟ ଏବଂ ଏହା ଏକ ରୋମାଞ୍ଚକର ଖେଳ ।

Get real time updates directly on you device, subscribe now.