fbpx

ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ: ସଫେଇ ରଖିଲେ ପୁରୀ ସାଂସଦ, କହିଲେ ‘ମୁଁ କହୁନାହିଁ ମିଛ’

ସଂସଦରେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗରେ ମନ୍ତବ୍ୟ ଦେଇ ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କେବଳ ୪ଟି ଟଏଲେଟ ନିର୍ମାଣ ହେଉଛି । ଯାହାକୁ ନେଇ ଏବେ ଦେଖାଦେଇଛି ରାଜନୈତିକ ବିବାଦ । ଆଉ ଏବେ ବଢ଼ିଚାଲଛି ବିରୋଧ ଆଉ ଅସନ୍ତୋଷ ।

ତେବେ ଏହି ଘଟଣାକୁ ନେଇ ନିଜର ସଫେଇ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ଗଣମାଧ୍ୟମ ଆଗରେ ଏଏସଆଇର ଏନଓସି ସାର୍ଟିଫିକେଟ ଦେଖାଇଛନ୍ତି ଏବଂ ସମୟ ଅଭାବରୁ ସଂସଦରେ ସବୁ ତଥ୍ୟ କହିନଥିଲି । ସେ ଆହୁରି କହିଛନ୍ତି ଯଦି ମୁଁ ମିଛ ତେବେ ବାଚସ୍ପତିଙ୍କୁ ଅଭିଯୋଗ କରନ୍ତୁ ମୁଁ ତା’ର ଉଚିତ ଜବାବ ଦେବି । ଏହା ସହ ତାଙ୍କୁ ମିଛୁଆ ବୋଳି ସମାଲୋଚନା କରୁଥିବା ଲୋକଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି । ଶୁଣନ୍ତୁ ସାଂସଦଙ୍କ ପ୍ରତିକ୍ରିୟା…

 

Get real time updates directly on you device, subscribe now.