ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ଦିନ ହିଁ ପାକିସ୍ତାନକୁ କ୍ଷତି, ବାବରଙ୍କୁ ପଛରେ ପକାଇଲେ ଶୁଭମନ

ଆଇସିସି ପକ୍ଷରୁ ନୂଆ ରାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ଭାରତର ଶୁଭମନ ଗିଲ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆଜି ପ୍ରଥମ ଦିନ। ଆଜି ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ ସାମ୍ନା ସାମ୍ନି ହୋଇଛନ୍ତି ଏବଂ ଏଥିସହ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ଆଇସିସି ରାଙ୍କିଂରେ ପ୍ରଥମ ସ୍ଥାନର ଆସନ ଚାଲିଯାଇଛି।

ତାଙ୍କୁ ରାଙ୍କିଂରେ କ୍ଷତି ସହିବାକୁ ପଡିଛି। ଏଥିରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ପ୍ରଥମ ନମ୍ବରର ସ୍ଥାନ ଅଧିକାର କରିଛନ୍ତି।

ଆଇସିସି ପକ୍ଷରୁ ଦିନିକିଆର ନୂଆ ରାଙ୍କିଂ ଜାରି କରାଯାଇଛି। ବର୍ତ୍ତମାନ ଦିନିକିଆର ନମ୍ବର ୱାନ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ହୋଇଛନ୍ତି। ତାଙ୍କ ରାଙ୍କିଂ ବର୍ତ୍ତମାନ ବଢି ୭୯୬ ହୋଇଯାଇଛି।

ଏହା ପୂର୍ବରୁ ଶୁଭମନ ଗିଲ ୨୦୨୩ରେ ମଧ୍ୟ କିଛି ସମୟ ପାଇଁ ନମ୍ବର ୱାନ ସ୍ଥାନରେ ଥିଲେ। ହେଲେ ପରେ ବାବର ଆଜମ ଏହାକୁ କବଜା କରିଥିଲେ।
ହେଲେ ବର୍ତ୍ତମାନ ବାବରଙ୍କ ଏହି ଆସନରୁ ବାଦ ପଡିଛନ୍ତି। ବାବର ଆଜମ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ରାଙ୍କିଂ ୭୭୩।