fbpx

Breaking News; ଆହତ ହୋଇ ପାଭିଲିୟନ ଫେରିଲେ ଶୁଭମନ ଗିଲ୍: WC Semi-Finalରେ ଭାରତକୁ ଶକ୍ତ ଝଟକା

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ଆହତ ହୋଇଛନ୍ତି ଭାରତର ଷ୍ଟାର ଓପନର ଶୁଭମନ ଗିଲ୍ । ମ୍ୟାଚର ୨୩ତମ ଓଭରରେ ଭାରତକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧା ମ୍ୟାଚରୁ ପାଭିଲିୟନ ପେରିଛନ୍ତି ଶୁଭମନ ଗିଲ୍ । ସାଣ୍ଟନରଙ୍କ ଚତୁର୍ଥ ବଲରେ ହଠାତ୍ ଆଉଟ ନ ହୋଇ ମଧ୍ୟ ପାଭିଲିୟନ ଫେରିଛନ୍ତି ଶୁଭମନ । ୬୫ ବଲରୁ ୭୯ ରନ୍ କରି ଖେଳୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ଫଳରେ ଯନ୍ତ୍ରଣା ଯୋଗୁଁ ସେ ପୁଣିଥୋର ପଡ଼ିଆରେ ରହି କେଳିବା ସମ୍ଭବ ହୋଇ ପାରିନି । ତେଣୁ ଅଧିନାୟକ ରୋହିତ ଏବଂ ଫିଜିଓଙ୍କ ପରାମର୍ଶରେ ଶୁଭମନ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନକୁ ଫେରିଛନ୍ତି । ଶୁଭମନଙ୍କ ସ୍ଥାନରେ ଗତ ମ୍ୟାଚର ଶତକବୀର ଶ୍ରେୟସ ଆୟର ମଇଦାନକୁ ଆସିଛନ୍ତି ।

Get real time updates directly on you device, subscribe now.