fbpx

ଭୁବନେଶ୍ୱରରେ ଶୁଭ୍ରା କୁଣ୍ଡୁ: ଖୋଲିବ ରୋଜଭ୍ୟାଲି ଠକେଇର ଗୁମର

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଖୋଲିବ ରୋଜଭ୍ୟାଲି ଚିଟଫଣ୍ଡର ଗୁମର । ଆଜି କୋଲକତାରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ । ୪୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାର ଖୋଳତାଡ଼ କରିବ ସିବିଆଇ । ପୂର୍ବରୁ ରୋଜଭ୍ୟାଲିର ମୁଖ୍ୟ ଗୌତମଙ୍କୁ ସିବିଆଇ ଗିରଫ କରିଥିଲା ।

ତେବେ ରୋଜଭ୍ୟାଲି ମାମଲାରେ ସିବିଆଇର ସକ୍ରିୟତା ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ଫେରି ପାଇବା ନେଇ ଆଶା ସଞ୍ଚାର କରିଛି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ରାଜନେତା ଏଥିରେ ସାମିଲ ରହିଥିବା ଅନୁମାନ କରାଯାଉଛି । ୨୦୧୫ରେ ଗୌତମ କୁଣ୍ଡୁଙ୍କୁ ଗିରଫ କରାଯିବା ସହ ତାଙ୍କର ୨୩୦୦ କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଥିଲା । ୨୦୧୯ରେ ଶୁଭ୍ରାଙ୍କ ବିରୋଧରେ ଇଡି ଲୁକ ଆଉଟ ନୋଟିସ ଜାରିଥିବା ବେଳେ ଏବେ ଇଡି ତାଙ୍କୁ ଜେରା କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.