ଏହା କିପରି ସମ୍ଭବ, ନିଜ ଦଳର ପ୍ଲେଇଂ ୧୧କୁ ଜାଣିନାହାନ୍ତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍

ଟସ୍ ବେଳେ ଏହି ଭୁଲ କରିଦେଲେ ଅଧିନାୟକ ଶୁଭମନ ଗିଲ୍।

ନୂଆଦିଲ୍ଲୀ: ଶୁଭମନ ଗିଲ୍ ପ୍ରଥମ ତର ପାଇଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱ କରୁଛନ୍ତି।  କିନ୍ତୁ ଏହି ସମୟ ମଧ୍ୟରେ ସେ ଏତେ ଭୁଲ କରୁଛନ୍ତି ଯେ ସେଗୁଡିକୁ ଗଣାଯାଇପାରିବ ନାହିଁ।

ଓଭାଲରେ ଖେଳାଯାଉଥିବା ସିରିଜର ପଞ୍ଚମ ଏବଂ ଶେଷ ଟେଷ୍ଟରେ ଗିଲ ପୁଣି ଏକ ଭୁଲ କରିଛନ୍ତି। ଦେକିବାକୁ ଗଲେ ଏହା ସେପରି କିଛି ବଡ଼ ଭୁଲ ନୁହେଁ। ତେବେ ସେହି ଭୁଲଟି ହେଉଛି ଗିଲ୍ ଜାଣି ନଥିଲେ ଯେ ଦଳର ପ୍ଲେଇଂ ଇଲେଭେନରେ କେତେ ପରିବର୍ତ୍ତନ କରାଯାଇଛି।

ଶୁଭମନ ଗିଲ ପୁଣି ଥରେ ଟସ୍ ହାରିଲେ: ଭାରତ ବନାମ ଇଂଲଣ୍ଡ ସିରିଜର ଶେଷ ମ୍ୟାଚ୍ ଓଭାଲରେ ଆରମ୍ଭ ହୋଇଛି। ଆଉ ଏହି ମ୍ୟାଚରେ ପୁଣି ଥରେ ଅଧିନାୟକ ଶୁଭମନ ଗିଲ ଟସ୍ ହାରିଗଲେ।

ଅନ୍ୟପଟେ ଇଂଲଣ୍ଡ ଅଧିନାୟକ ଓଲି ପୋପ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବେନ୍ ଷ୍ଟୋକ୍ସ ଏହି ମ୍ୟାଚ୍ ଖେଳୁ ନାହାଁନ୍ତି, କାରଣ ସେ ଆହତ ଅଛନ୍ତି। ଆଉ ତାଙ୍କ ସ୍ଥାନରେ ଓଲି ପୋପଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଟସ୍ ହାରିବା ପରେ ଗିଲ୍ କ’ଣ କହିଥିଲେ: ଟସ୍ ହାରିବା ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ କହିଥିଲେ ଯେ ଟସ୍ ହାରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମ୍ୟାଚ୍ ଜିତିବା ଗୁରୁତ୍ୱପୂର୍ଣ୍ଣ।

ଗିଲ୍ କହିଥିଲେ ଯେ ମ୍ୟାଚ୍ ପୂର୍ବରୁ ଅର୍ଥାତ୍ ବୁଧବାର, ସେ କ’ଣ କରିବେ ସେ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ଥିଲେ। କାରଣ ପାଗ ଟିକେ ମେଘୁଆ ଅଛି, କିନ୍ତୁ ୱିକେଟ୍ ଭଲ ଦେଖାଯାଉଛି। ଆଉ ଆମେ ପ୍ରଥମ ଇନିଂସରେ ଭଲ ରନ୍ କରିବାକୁ ଚେଷ୍ଟା କରିବୁ।

ଏହା ବୋଲରମାନଙ୍କ ପାଇଁ ଏକ ଭଲ ପିଚ୍ ହେବା ଉଚିତ। ଏହା ପରେ ଶୁଭମନ ଯାହା କହିଥିଲେ ତାହା ଭୁଲ ଥିଲା। ଗିଲ୍ କହିଛନ୍ତି ଯେ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି।

ରିଷଭ ପନ୍ତ, ଶାର୍ଦ୍ଦୁଳ ଠାକୁର ଏବଂ ଜସପ୍ରୀତ ବୁମରାହଙ୍କ ସ୍ଥାନରେ ଧ୍ରୁବ ଜୁରେଲ, କରୁଣ ନାୟାର ଏବଂ ପ୍ରସିଦ୍ଧଙ୍କୁ ସାମିଲ କରାଯାଇଛି। କିନ୍ତୁ ପ୍ରକୃତରେ ଏହାଠାରୁ ଅଧିକ ପରିବର୍ତ୍ତନ କରାଯାଇଥିଲା।

ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ଆକାଶ ଦୀପ: ଯେତେବେଳେକି ଦଳର ପ୍ରକୃତ ପ୍ଲେଇଂ ଇଲେଭେନର ସିଟ୍ ଦେଖାଗଲା, ସେତେବେଳେ ଜଣାପଡିଲା ଯେ ଟିମ୍ ଇଣ୍ଡିଆ ମୋଟ ଚାରୋଟି ପରିବର୍ତ୍ତନ କରିଛି।

ଅର୍ଥାତ୍ ଶୁଭମନ ଗିଲ୍ ଜାଣି ନଥିଲେ ଯେ ଦଳରେ କେତେ ପରିବର୍ତ୍ତନ କରାଯାଇଛି କିମ୍ବା ପରେ ପୁଣି ଦଳ ପରିବର୍ତ୍ତନ କରାଯାଇଥିଲା। ଏହା କ’ଣ ସମ୍ଭବ ଯେ ଦଳର ପ୍ଲେଇଂ ଇଲେଭେନ ଅନ୍ୟ କେହି ନିର୍ଣ୍ଣୟ କରିଛନ୍ତି ଆଉ ଗିଲ୍ ଙ୍କୁ କେବଳ ପ୍ରଦର୍ଶନ ପାଇଁ ଟସ୍ ପଠାଯାଇଛି।

ଏହା ଟିମ୍ ଇଣ୍ଡିଆ ପାଇଁ ଆଦୌ ଭଲ ସଙ୍କେତ ନୁହେଁ। ଅଧିନାୟକ କହିବାକୁ ଭୁଲିଗଲେ ଯେ ଅଂଶୁଲ କାମ୍ବୋଜ ମଧ୍ୟ ଏହି ମ୍ୟାଚରେ ଖେଲୁନାହାନ୍ତି ଏବଂ ଆକାଶ ଦୀପ ତାଙ୍କ ସ୍ଥାନରେ ଫେରିଛନ୍ତି।

ଭାରତର ପ୍ଲେଇଂ ୧୧: ଯଶସ୍ୱୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟକିପର), ୱାଶିଂଟନ ସୁନ୍ଦର, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

ଇଂଲଣ୍ଡର ପ୍ଲେଇଂ ୧୧: ଜାକ କ୍ରଲି, ବେନ ଡକେଟ, ଓଲି ପୋପ୍ (ଅଧିନାୟକ), ଜୋ ରୁଟ, ହ୍ୟାରି ବ୍ରୁକ, ଜାକବ ବେଥେଲ, ଜେମି ସ୍ମିଥ (ୱିକେଟକିପର), କ୍ରିସ୍ ୱକ୍ସ, ଗସ୍ ଆଟକିନସନ, ଜେମି ଓଭରଟନ, ଜୋଶ ଟଙ୍ଗ।