ଜେଲରୁ ବାହାରିଲେ ଶକ୍ତି କପୁରଙ୍କ ପୁଅ: ଡ୍ରଗ୍ସ କେସରେ ହୋଇଥିଲେ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ଜାମିନ୍ ମିଳିଛି । ତାଙ୍କ ସହ ୪ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ମାମଲରେ ଜାମିନ୍ ମିଳିଥିବା ସୂଚନା ମିଳିଛି । ଏକ ୫ ଷ୍ଟାର ହୋଟେଲ ପାର୍ଟିରେ ଡ୍ରଗ୍ସ ନେବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରିଥିଲା ବେଙ୍ଗାଲୁରୁ ପୋଲିସ । ଏହା ସହ ଆବଶ୍ୟକ ପଡିଲେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯିବ । ତେବେ ସିଦ୍ଧାନ୍ତ ଅନେକ ଫିଲ୍ମରେ କାମ କରିଥିବା ବେଳେ କିଛି ଫିଲ୍ମରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ।

ସୂଚନା ଅନୁସାରେ, ଡ୍ରଗ୍ସ କେସ୍ ମାମଲାରେ ବେଙ୍ଗାଲୁରୁ ପୋଲିସ ଶକ୍ତି କପୁରଙ୍କ ପୁଅକୁ ହେପାଜତରେ ନେଇଥିଲା । ଅନ୍ୟପଟେ ସିଦ୍ଧାନ୍ତଙ୍କର ଡ୍ରଗ୍ସ ଟେଷ୍ଟରେ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ବେଙ୍ଗାଲୁରୁସ୍ଥିତ ଏକ ହୋଟେଲରେ ସିଦ୍ଧାନ୍ତ ତାଙ୍କର ବନ୍ଧୁମାନଙ୍କ ସହିତ ମିଶ ପାର୍ଟି କରୁଥିଲେ । ଏହି ସମୟରେ ପୋଲିସ ଚଢାଉ କରି କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ନିଜ ହେପାଜତକୁ ନେଇଥିଲା ।

ବିଶ୍ୱସସ୍ତ ସୁତ୍ରରୁ ସୂଚନା ପାଇ ପୋଲିସ ଏମଜି ରୋଡ୍ ନିକଟରେ ଏକ ହୋଟେଲ ଉପରେ ଚଢାଉ କରିଥିଲା । ଏହି ସମୟରେ ସେଠାରେ ଥିବା ଲୋକମାନେ ନିଶା କାରବାର କରୁଥିବା ସନ୍ଦେହରେ ପୋଲିସ ସେମାନଙ୍କର ନମୁନା ପରୀକ୍ଷା କରିବା ପାଇଁ ପଠାଇଥିଲା । ତେବେ ସେ ପାର୍ଟିରେ ଡ୍ରଗ୍ସ ସେବନ କରିଥିଲେ ନା ହୋଟେରେ ଡ୍ରଗ୍ସ ସେବନ କରି ପାର୍ଟିକୁ ଆସିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି ବୋଲି ପୋଲିସ କହିଛି ।