fbpx

ଯୌନ ଜୀବନକୁ ଶକ୍ତିଶାଳୀ କରିବାକୁ ଭାଏଗ୍ରା ନେଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଟେକ୍ନୋଲୋଜିର ବିକାଶ ସହ ବିଶୃଙ୍ଖଳିତ ହୋଇଯାଇଛି ଆମ ଜୀବନ । ମୋବାଇଲ, ଇଣ୍ଟରନେଟର ବ୍ୟବହାର ପାଇଁ ଖୁବ କମ ବୟସରୁ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ଭିତରେ ସେକ୍ସକୁ ନେଇ ଆଗ୍ରହ ବୃଦ୍ଧି ପାଇଛି । ଏହି ମୋବାଇଲ ମାଧ୍ୟମରେ ନିଜ ଯୌନ ଜୀବନକୁ ଅଧିକ ଆକର୍ଷକ କରିବାକୁ ମଧ୍ୟ ଇଣ୍ଟରନେଟରେ ବହୁ ଇମ୍ଫରମେସନ ସହ ଯୌନ ଶକ୍ତି ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଔଷଧ ବିଷୟରେ ସୂଚନା ମିଳୁଛି । ଯାହାକୁ ନେଇ ମୁଖ୍ୟତଃ ଯୁବପିଢି ସେସବୁ ରାସାୟନିକ ସାମଗ୍ରୀ ବ୍ୟବହାର କରୁଛନ୍ତି । ଏହି ସବୁ ମଧ୍ୟରେ ଭାଏଗ୍ରା ଅଧିକ ପ୍ରଚଳିତ ଥିବା ଜଣାପଡିଛି ।

ତେବେ ଏହି ଭାଏଗ୍ରାର ବ୍ୟବହାରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଭାଏଗ୍ରାକୁ ନେଇ ବିଶେଷଜ୍ଞଙ୍କ କଣ ମତ ରହିଛି ତାକୁ ନେଇ ଆସନ୍ତୁ ଜାଣିବା

ସେକ୍ସ ହେଲ୍ଥ ଏକ୍ସପର୍ଟ ଡା ନିଧି ଝାଙ୍କ ମୁତାବକ ଭାଏଗ୍ରାରେ ଏକ ସିଲଡେନାଫିଲ ପରି ରାସାୟନ ରହିଛି, ଯାହା କେବଳ ଡାକ୍ତରଙ୍କ ପରାମର୍ଶ ହିଁ ନେବା ଆବଶ୍ୟକ । ଡାକ୍ତରମାନେ କେବଳ ଇରେକ୍ଟାଇଲ ଡିସ୍ଫେକ୍ସନ ଥିବା ରୋଗୀଙ୍କୁ ଏହାକୁ ବ୍ୟବହାର କରିବାକୁ କହିଥାନ୍ତିା ଏହା ସେକ୍ସୁଆଲ ଡିଜାୟାର ବା ଫିଲିଂକୁ ବଢାଇ ନ ଥାଏ । ତେଣୁ ଏପରି ଔଷଧ ବ୍ୟବହାରରେ ଅନେକ ସାଇଡ ଇଫେକ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଡା. ନିଧି ଆହୁରି କହିଛନ୍ତି କି, ଭାଏଗ୍ରାର ବ୍ୟବହାରରେ ହେଉଥିବା ପାଶ୍ୱର୍ ପ୍ରତିକ୍ରିୟା ବା ସାଇଡ ଇଫେକ୍ଟକୁ ପ୍ରାଇପେଜିମ କୁହାଯାଏ । ଭାଏଗ୍ରାର ପ୍ରଭାବ ଶରୀରରେ ୪-୫ ଘଣ୍ଟା ରହିଥାଏ । ଭାଏଗ୍ରାର ବ୍ୟବହାର ଦ୍ୱାରା ଅନେକ ଥର ଇରେକ୍ସନ ଜାରି ରୁହେ, ଫଳରେ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ନିକଟକୁ ଯିବାକୁ ପଡିପାରେ । ତେଣୁ ଯେଉଁମାନଙ୍କର ଇରେକ୍ଟାଇଲ ଇମ୍ଫେକ୍ସନ ସମସ୍ୟା ନାହିଁ, ସେମାନଙ୍କୁ ଭାଏଗ୍ରାର କୌଣସି ଆବଶ୍ୟକତା ନାହିଁ ।

ଯଦି ବି ଇରେକ୍ସନ ସମସ୍ୟା ରହିଛି, ତେବେ ମଧ୍ୟ ଡାକ୍ତରଙ୍କ ସହ ପରାମର୍ଶ କରି ଭାଏଗ୍ରା ନେବା ଉଚିତ ।

Get real time updates directly on you device, subscribe now.