fbpx

ଦିନିକିଆ ବିଶ୍ୱକପରେ କମବ୍ୟାକ କରିବେ ଶିଖର ଧୱନ! ଏସିଆନ ଗେମ୍ସରେ ସୁଯୋଗ ଦେଲାନି BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ମିଳିଛି । ତେବେ ପୂର୍ବରୁ ଶିଖର ଧୱନଙ୍କୁ ଏହି ଟିମ୍ ପାଇଁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିସିସିଆଇ ହଠାତ ଏଭଳି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି । ତେଣୁ ଧୱନଙ୍କୁ ସୁଯୋଗ ଦିଆ ନ ଯିବା ପରେ ଟିମ ଇଣ୍ଡିଆର ଚୟନ ସମିତି ଉପରେ ଖୁବ ନିରାଶ ହୋଇଛନ୍ତି ପ୍ରଶଂସକ ।

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳର ସିଲେକ୍ସନକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କ୍ରୀଡାପ୍ରେମୀ । ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ନିଷ୍ପତ୍ତିକୁ ସେମାନେ ଗ୍ରହଣ କରିଥିଲେ ହେଁ ଶିଖର ଧୱନଙ୍କ ଭଳି ପ୍ରତିଭାଙ୍କୁ ଅଣଦେଖା କରିବାକୁ ନେଇ ନିରାଶ ପ୍ରଦର୍ଶନ କରିଛନ୍ତି । କିନ୍ତୁ ବିସିସିଆଇର ଏହି ନିଷ୍ପତ୍ତି ଶିଖରଙ୍କ କମବ୍ୟାକ ଆଡକୁ ଦର୍ଶାଇଛି । ବର୍ତ୍ତମାନ ଭାରତୀୟ ଦଳର ଷ୍ଟାର ଓପନର କେ.ଏଲ ରାହୁଲ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏହାବ୍ୟତୀତ ବର୍ତ୍ତମାନ ସେ ଆହତ ହୋଇ ରହିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହା ଫଳରେ ଟିମରେ ରୋହିତ ଶର୍ମାଙ୍କ ସହ ପାଳି ଓପନ କରିବା ପାଇଁ କୌଣସି ଅଭିଜ୍ଞ ଖେଳାଳିଙ୍କ ଅଭାବ ରହିଛି । ଇଶାନ କିଶାନ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କ ଭଳି ପ୍ରତିଭାବାନ ଉପଲବ୍ଧ ଥିଲେ ବି ଦଳରେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ରହିଛି । ତେଣୁ ବିଶ୍ୱକପରେ ବିସିସିଆଇ ଶିଖର ଧୱନଙ୍କ କମବ୍ୟାକ କରାଇପାରେ ବୋଲି ଅନୁମାନ କରାଯାଉଛି । ପୁଣିଥରେ ଦିନିକିଆ ବିଶ୍ୱକପରେ ଶିଖର ଧୱନ ରୋହିତଙ୍କ ସହ ପାଳି ଓପନ କରୁଥିବାର ନଜର ଆସିପାରନ୍ତି ।

Never let this feeling creep in that I play only one format for India now:  Shikhar Dhawan | Cricket News - Times of India

ଏହାବ୍ୟତୀତ ବର୍ତ୍ତମାନ ଦଳରେ ଇଶାନ କିଶାନ ଏବଂ ଯଶସ୍ୱୀ ଜଏସ୍ୱାଲ ଓପନିଙ୍ଗ ପାଇଁ ପ୍ରସ୍ତୁତ ଅଛନ୍ତି । ଏହାବ୍ୟତୀତ ଭେଟେରାନ ଖେଳାଳି ଅଜିଙ୍କ୍ୟା ରାହାଣେ ମଧ୍ୟ ଟିମ ଇଣ୍ଡିଆରେ ଏକ ଦମଦାର କମବ୍ୟାକ କରିସାରିଛନ୍ତି । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେପୁଣିଥରେନିଜ ସ୍ଥାନ ପେରି ପାଇଛନ୍ତି ରାହାଣେ । ତେଣୁ ସେ ମଧ୍ୟ ବିଶ୍ୱକପ ପାଇଁ ଦଳରେ ସୁଯୋଗ ପାଇପାରନ୍ତି ବୋଲି ଆଶା କରାଯାଉଛି । ତେବେ ଏହି ଖେଳାଳିମାନଙ୍କ ଅପେକ୍ଷା ଶିଖର ଧୱନଙ୍କ ୁ ସୁଯୋଗ ମିଳିବାର ସମ୍ଭାବନା ଖୁବ ଅଧିକ ରହିଛି ।

Get real time updates directly on you device, subscribe now.