fbpx

୧ ଜାନୁୟାରୀରୁ ବଦଳିବାକୁ ଯାଉଛି ସିମ୍‌କାର୍ଡ ନିୟମ, ଏହି କାମ କଲେ ହେବ ୩ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ୨୦୨୩ରେ ସ୍କାମ୍‌, ସ୍ପାମ୍‌, ଫ୍ରଡ ଓ ଅନଲାଇନ୍ ଠକେଇର ବହୁ ମାମଲା ସାମ୍ନାକୁ ଆସିଛି । ଏବେ ନୂଆ ବର୍ଷରେ ସରକାର ଏସବୁକୁ ସାମ୍ନା କରିବାକୁ ପୁରା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସରକାର ନୂଆ ଟେଲିକମ୍ୟୁନିକେସନ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଲ୍‌ରେ ସିମ୍ କାର୍ଡ କିଣାବିକାକୁ ନେଇ କଡା ନିୟମ ପ୍ରଣୟନ କରାଯାଇଛି ।

୧ ଜାନୁୟାରୀ ୨୦୧୪ରୁ ସିମ୍ କାର୍ଡ କିଣିବାର ନୂଆ ନିୟମ ଲାଗୁ ହୋଇଯିବ । ଏବେ ପୂର୍ବ ପରି ଆଉ ସିମ୍ କିଣିବା ସହଜ ହେବ ନାହିଁ । ଭାରତରେ ଲଗାତର ସ୍ମାର୍ଟଫୋନ୍ ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନଲାଇନ୍ ଫ୍ରଡ୍ ଓ ସ୍ମାମ ମାମଲା ବି ବଢିବାରେ ଲାଗିଛି । ଏବେ ସରକାର ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ସରକାରଙ୍କ ପକ୍ଷରୁ ନୂଆ ବିଲ୍‌ରେ ସ୍ପଷ୍ଟ କରାଯାଇଛି କି କେହି ନକଲି ସିମ୍ କିଣିଲେ ତାକୁ ୩ ବର୍ଷ ଜେଲ୍ ଦଣ୍ଡ ସହିତ ୫୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ । ସିମ୍ କିଣୁଥିବା ପ୍ରତି ଗ୍ରାହକଙ୍କ ଠାରୁ ବାୟୋମେଟ୍ରିକ୍ ଉପାୟରେ ଡାଟା ସଂଗ୍ରହ କରାଯିବ । ଯଦି କେହି ଭୁଲ୍ ତଥ୍ୟ ଦେଇ ସିମ୍ କିଣିଥିବାର ପ୍ରମାଣ ମିଳିବ ତେବେ ତାହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

୧ ଜାନୁୟାରୀ ୨୦୨୪ ଠାରୁ ଡିଜିଟାଲ କେୱାଇସି ଜରିଆରେ ସିମ୍ ମିଳିବ । କେବଳ ଏତିକି ନୁହେଁ ଭେରିଫିକେସନ ସିଷ୍ଟମରେ ବି ଏକ ବଡ ପରିବର୍ତ୍ତନ କରାଯାଇଛି । ସିମ୍ ବିକ୍ରେତାଙ୍କ ଭେରିଫିକେସନକୁ ବି ଅନିବାର୍ଯ୍ୟ କରିଦିଆଯାଇଛି । ନୂଆବର୍ଷ ପରେ କାହାକୁ ବି ଏକାଧିକ ସିମ୍ ଦିଆଯିବ ନାହିଁ । ଏହି ନିୟମ ବ୍ୟବସାୟିକ ଉଦ୍ଦେଶ୍ୟରେ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.