(ଓଡ଼ିଶା ଭାସ୍କର): କୁହାଯାଏ ସିଙ୍ଗଲ ଲୋକ ସବୁବେଳେ ଖୁସି ରୁହନ୍ତି । ମନଇଚ୍ଛା ନିଜ ଜୀବନ ଜୀଅନ୍ତି ସିଙ୍ଗଲ ଲୋକ । ଯେଉଁକାରଣରୁ ବହୁ ବର୍ଷ ପର୍ଯ୍ୟନ୍ତ ସେମାନେ ନିଜକୁ ଯୁବା ବୋଲି ଭାବନ୍ତି । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ବିସ୍ମିତ କଲାଭଳି ସତ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ,ସିଙ୍ଗଲ ପୁରୁଷମାନେ ଜଲଦି ବୁଢ଼ା ହୋଇଯାନ୍ତି । ଯେତେବେଳେ ବିବାହିତ ପୁରୁଷ ଡେରିରେ ବୁଢ଼ା ହୁଅନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ବାହା ହୋଇ ନ ଥିବା ଲୋକ ଶୀଘ୍ର ବୁଢ଼ା ହୋଇଯାନ୍ତି । ଏପରି ସ୍ଥିତି କେବଳ ପୁରୁଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ।
ଇଣ୍ଟରନ୍ୟାଶନାଲ ସୋସାଲ ୱାର୍କ ଜର୍ନାଲରେ ପ୍ରକାଶିତ ଷ୍ଟଡି ରିପୋର୍ଟ ମୁତାବକ, ବିବାହ ଦ୍ୱାରା ଶରୀରରେ କେଉଁ ପ୍ରକାର ପ୍ରଭାବ ପଡ଼େ ତାକୁ ଜାଣିବା ପାଇଁ ଏ ଗବେଷଣା କରାଯାଇଥିଲା । ଗବେଷକମାନେ ୪୫ରୁ ୮୫ ବୟସର ଲୋକଙ୍କ ଜୀବନଶୈଳୀର ଅଧ୍ୟୟନ ୨୦ ବର୍ଷ ଧରି କରିଥିଲେ । ଫିଜିକାଲ ହେଲଥ, ମେଣ୍ଟାଲ ହେଲଥ, ସୋସିଆଲ ଲାଇଫ୍, ବୟସ ଆଧାରରେ ଏହି ଅଧ୍ୟୟନ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଲା, ସଙ୍ଗଲପୁୁରୁଷମାନେ ସେମାନଙ୍କ ବିବାହିତ ପୁରୁଷ ସାଙ୍ଗଙ୍କ ଅପେକ୍ଷା ଜଲଦି ବୁଢ଼ା ହୋଇଯାଉଛନ୍ତି । ଅନ୍ୟପକ୍ଷେ ଯେଉଁ ପୁରୁଷମାନଙ୍କ ବିବାହ ବିଚ୍ଛେଦ ଘଟୁଛି କିମ୍ବା ସେମାନଙ୍କ ସ୍ତ୍ରୀମାନଙ୍କ ଦେହାନ୍ତ ଘଟୁଛି ସେହି ପୁରୁଷମାନଙ୍କ କ୍ଷେତ୍ରରେ ବୁଢ଼ା ହେବା ପ୍ରକ୍ରିୟା ଶୀଘ୍ର ବଢ଼େ ।
କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏପରିସ୍ଥିତି ଦେଖାଯାଇ ନ ଥାଏ । ମହିଳାମାନେ ସିଙ୍ଗଲ ରହିଲେ, ସେମନେ ଅଧିକ ଖୁସି ରୁହନ୍ତି । ଯାହାଫଳରେ ବୟସ ବଢ଼ିବା ପ୍ରକ୍ରିୟା ସିଙ୍ଗଲ ମିହିଳାଙ୍କଠାରେ କମ୍ ଦେଖାଯାଇଥାଏ । ଅନ୍ୟପକ୍ଷେ ବିଧବା ବା ସିଙ୍ଗଲ ମହିଳାଙ୍କୁ ସେମାନଙ୍କ ପରିବାର ତରଫରୁ ସପୋର୍ଟ ମିଳେ । ସବୁବେଳେ ଖୁସି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କ ମନଲାଗେ । କହିବାକୁ ଗଲେ ମହିଳାମାନେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ ମଧ୍ୟ କରନ୍ତି ।