fbpx

(Video) ମୃତ ଭାଇର ଶବକୁ ରାକ୍ଷୀ ପିନ୍ଧାଇଲା ଭଉଣୀ, କାରୁଣିକ ଦୃଶ୍ୟ ଦେଖି କାନ୍ଦୁଛନ୍ତି ଗାଁ ଲୋକେ

ତେଲେଙ୍ଗାନା: ସାରା ଦେଶରେ ଭାଇ ଭଉଣୀ ଖୁବ୍ ଆଡ଼ମ୍ବର ସହ ରାକ୍ଷୀପୂର୍ଣ୍ଣିମା ପାଳନ କରୁଥିବା ସମୟରେ ତେଲେଙ୍ଗାନାରୁ ଏକ ଦୁଃଖଦାୟକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଭଉଣୀ ନିଜ ମୃତ ଭାଇକୁ ରାକ୍ଷୀ ପିନ୍ଧାଉଛି । ଏପରି ଏକ କାରୁଣିକ ଦୃଶ୍ୟ ଦେଖି ସମସ୍ତେ ଦୁଃଖରେ ଭାଙ୍ଗିପଡିଛନ୍ତି ।

ବୁଧବାର ଦିନ ତେଲେଙ୍ଗାନାରେ ଜଣେ ନିଜ ଭାଇ ଶବକୁ ରାକ୍ଷୀ ପିନ୍ଧାଉଛି । ସୂଚନା ଅନୁଯାୟୀ, ତାଙ୍କ ଭାଇଙ୍କର ହଠାତ୍ ହାର୍ଟ ଆଟାକରେ ମୃତ୍ୟୁ ଘଟିଥିଲା । ଭାଇର ମୃତ୍ୟୁ ଖବର ପାଇଁ ଭଉଣୀ ଗୌରାମା ତାଙ୍କ ପାଖକୁ ରାକ୍ଷୀ ଧରି ଦୌଡିଆସିଥିଲେ । ଏହି ଦୃଶ୍ୟ ରାକ୍ଷୀପୂର୍ଣ୍ଣିମାରେ ତେଲେଙ୍ଗାନାର ପେଡାପାଲୀ ଜିଲ୍ଲାରେ ଦେଖିବାକୁ ମିଳିଛି ।

ମହିଳା ଜଣକ କାନ୍ଦି କାନ୍ଦି ତାଙ୍କ ଭାଇଙ୍କୁ ଡାକୁଛନ୍ତି ତୁମେ ଉଠିପଡ ଭାଇ, ମୋ ରାକ୍ଷୀ ପିନ୍ଧିବା ପାଇଁ ଉଠିପଡ । ଏହା କହି ସେ ଭାଇର ଶବକୁ ରାକ୍ଷୀ ପିନ୍ଧାଇଛନ୍ତି । ଭାଇ-ଭଉଣୀଙ୍କ ଏଭଳି ଦୃଶ୍ୟ ଦେଖି ଗାଁ ଲୋକେ କାନ୍ଦିବାରେ ଲାଗିଛନ୍ତି ।

Get real time updates directly on you device, subscribe now.