fbpx

ଗିରଫ ହେଲେ ଅଶ୍ୱଜିତଙ୍କ ସମେତ ୩ ଅଭିଯୁକ୍ତ: ଇନଫ୍ଲୁଏନ୍ସର ପ୍ରିୟା ସିଂହଙ୍କୁ ଗାଡ଼ି ଚଢ଼ାଇବା ମାମଲାରେ SITର ବଡ଼ କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ପ୍ରିୟା ସିଂହ ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଇନ୍ସଫ୍ଲୁଏନ୍ସର ପ୍ରିୟାଙ୍କୁ ଗାଡ଼ି ଚଢ଼ାଇବା ମାମଲାରେ ଡିସିପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଯାଞ୍ଚ ଟିମ (ଏସଆଇଟି) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଅଶ୍ୱଜିତ ଗାୟକୱାଡଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଏସଆଇଟି ଗିରଫ କରିଛି । ଏଥିସହିତ ଏକ ଲ୍ୟାଣ୍ଡ ରୋଭର କାର ମଧ୍ୟ ଜବତ କରାଯାଇଛି ।

ସୂଚନା ମୁତାବକ, ପ୍ରିୟାଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲାରେ ଏସଆଇଟି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣା ପଛର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରିୟାଙ୍କ ପ୍ରେମିକ ଅଶ୍ୱଜିତ, ରୋମିଲ ଓ ତାଙ୍କର ଜଣେ ସାଥୀଙ୍କୁ ଗିରଫ କରାଯାଇଛି । ଏଥିସହିତ ଏହି ଘଟଣାରେ ବ୍ୟବହୃତ ହୋଇଥିବା ଏକ ଲ୍ୟାଣ୍ଡ ରୋଭର କାରକୁ ମଧ୍ୟ ଏସଆଇଟି ଟିମ୍ ଜବତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ଷ୍ଟେଟ ରୋଡ ଡେଭଲପମେଣ୍ଟ କର୍ପୋରେସନର ଏମଡିଙ୍କ ପୁଅ ଅଶ୍ୱଜିତ ତାଙ୍କର ପ୍ରେମିକ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ପ୍ରିୟାଙ୍କ ଉପରେ କାର ଚଢ଼ାଇ ଦେଇଥିଲେ । ଏହି ଘଟଣାକୁ ନେଇ ପ୍ରିୟା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଏଥିସହିତ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଥିବା ସେ କହିଥିଲେ । ଯେଉଁ ଗାଡ଼ି ତାଙ୍କ ଉପରେ ଚଢ଼ା ଯାଇଥିଲା ସେହି ଗାଡ଼ିକୁ ଗାଏବ କରିଦିଆଯାଇଥିବା ପ୍ରିୟା ଅଭିଯୋଗ କରିଥିଲେ । ଏହି ଘଟଣାରେ ତାଙ୍କର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯିବା ସହ ସେଥିରେ ରଡ଼ ଲାଗିଛି । ସେ ଆହୁରି ୩-୪ ମାସ ବେଡରେ ରହିବା ସହିତ ୬ ମାସ ପର୍ଯ୍ୟନ୍ତ ବିନା ସାହାରାରେ ଚାଲିପାରିବେ ନାହିଁ ବୋଲି ପ୍ରିୟା ଦୁଃଖର ସହିତ କହିଥିଲେ ।

Get real time updates directly on you device, subscribe now.