fbpx

ଚିତ୍ରକୂଟର ଜାନକୀ କୁଣ୍ଡ, ବନବାସ ସମୟରେ ମା’ ସୀତା ସ୍ନାନ କରୁଥିଲେ

ଓଡିଶା ଭାସ୍କର: ଆଜି ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଓ ତାର ବିଶେଷତ୍ୱ ରହିଛି, ଯେଉଁଠି ପୌରାଣିକ କଥାବସ୍ତୁ ରହିଛି । ସେମିତି ଏକ ସ୍ଥାନ ହେଉଛି ୟୁପିର ଚିତ୍ରକୂଟରେ । ଚିତ୍ରକୂଟରେ ଥିବା ଜାନକୀ କୁଣ୍ଡର ରହିଛି ବିଶେଷ ମହତ୍ୱ । ବିଶ୍ୱାସ ରହିଛି, ଏହି କୁଣ୍ଡରେ ମାତା ସୀତା ସ୍ନାନ କରୁଥିଲେ । କୁଣ୍ଡ ନିକଟରେ ରହିଛି ଏକ ଘର, ଯେଉଁଠି ମାଆ ଶୃଙ୍ଗାର କରୁଥିଲେ । ଆଉ ମାତା ସୀତା ଶୃଙ୍ଗାର କରୁଥିବା ସ୍ଥାନରେ ଦୁଇଟି ସୁନ୍ଦର ପାଦ ଚିହ୍ନ ରହିଛି, ଯାହାକୁ ସୀତାଙ୍କ ପାଦ ଚିହ୍ନ ବୋଲି ବିଶ୍ୱାସ କରନ୍ତି ସ୍ଥାନୀୟ ଲୋକେ ।

ରାମଚନ୍ଦ୍ର, ଯେତେବେଳେ ମାତା ସୀତା ଓ ଲକ୍ଷ୍ମଣଙ୍କୁ ନେଇ ବନବାସରେ ଯାଇଥିଲେ, ସେତେବେଳେ ଚିତ୍ରକୂଟରେ କିଛି କାଳ ଅବସ୍ଥାନ କରିଥିଲେ । ସେହି ସମୟରେ ମାତା ଯେଉଁ କୁଣ୍ଡରେ ସ୍ନାନ କରୁଥିଲେ ତାକୁ ସୀତା କୁଣ୍ଡ ନାମରେ ନାମିତ କରାଯାଇଥିଲା । ସେହି ପରି ସେହି କୁଣ୍ଡ ନିକଟରେ ଥିବା ଏକ କୁଡିଆରେ ମାତା ଶୃଙ୍ଗାର କାର୍ଯ୍ୟ କରୁଥିଲେ । ତାକୁ ଶୃଙ୍ଗାର ଗୃହ କୁହାଯାଏ । ଏହି ସ୍ଥାନକୁ ଅତି ପବିତ୍ର ବୋଲି ଆଜି ମଧ୍ୟ ଶ୍ରଦ୍ଧାଳୁ ମନେକରିଥାନ୍ତି ।

ଏଠାକୁ ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସି ପୁରାଣ ଦିନର ଚିହ୍ନ ଦର୍ଶନ କରି ନିଜକୁ ପବିତ୍ର କରିଥାନ୍ତି । ସେହିପରି ସୀତା କୁଣ୍ଡ ନିକଟରେ ରହିଛି ଯଜ୍ଞସ୍ଥଳି । ସେଠି ସ୍ନାନ ସାରି ମା ପ୍ରତ୍ୟହ ସେହି କୁଣ୍ଡରେ ପୂଜା ପାଠ କରିବା ସହ ଯଜ୍ଞ କରିବାର ବିଶ୍ୱାସ ରହିଛି । ପୂର୍ବରୁ ଏହି ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ।

Get real time updates directly on you device, subscribe now.