fbpx

ଭୟଙ୍କର ଚିମିନୀ ବିସ୍ଫୋରଣ: ୬ ଜଣ ମୃତ, ୧୨ ଆହତ, ୨୦ ଜଣ ନିଖୋଜ

Advertisement

ନୂଆଦିଲ୍ଲୀ: ଏକ ଭୟଙ୍କର ଚିମିନୀ ବିସ୍ଫୋରଣରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୨ ଜଣ ଆହତ ହେବା ସହ ପାଖାପାଖି ୨୦ ଜଣ ନିଖୋଜ ହୋଇଯାଇଛନ୍ତି । ବିସ୍ଫୋରଣ ହେବା ସମୟରେ ଉକ୍ତ ଚିମିନୀ ପାଖରେ ପାଖାପାଖି ୫୦ ଜଣ ଲୋକ ରହିଥିଲେ । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ବିହାରର ରକ୍ସୌଲରେ ଏହି ଭୟଙ୍କର ଚିମିନୀ ବିସ୍ଫୋରଣ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ସହିତ ଚାପି ହୋଇରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସନ୍ଧ୍ୟାରେ ରକ୍ସୌଲ ଅନୁମଣ୍ଡଳ ରାମଗଢ଼ବା ଥାନାର ନାରିରଗିରେ ଇଣ୍ଟ-ଭଣ୍ଟରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୧୨ ଜଣ ଆହତ ହୋଇଥିଲେ । ବ୍ଲାଷ୍ଟ ହେବା ପରେ ଘଟଣାସ୍ଥଳରେ ଅନେକ ମଜଦୁର ଚାପି ହୋଇ ରହିଯାଇଥିବା କୁହାଯାଉଛି ।

ଆଜି ସନ୍ଧ୍ୟା ସମୟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ସୂଚନା ମିଳିବା ପରେ ଫାୟାର ବ୍ରିଗେଡ, ପୋଲିସ ଟିମ୍ ଓ ଆମ୍ବୁଲାନ୍ସର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆହତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହିତ ଚାପି ହୋଇ ରହିଯାଇଥିବା ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.