fbpx

ମଧ୍ୟରାତ୍ରୀରେ ଦୁଇ କାର ମୁହାଁମୁହିଁ ଧକ୍କା, 6 ମୃତ

Six killed, two injured in head-on collision in karnataka

କର୍ଣ୍ଣାଟକ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ କାର୍ ମୁହାଁମୁହିଁ ଧକ୍କାରେ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ମଦୁରାଇ ପୋଲିସ ଷ୍ଟେସନ ଅଧିନ କେରାଗାଲାପାଲାୟା ନିକଟରେ ଘଟିଛି ଏହି ଦୁର୍ଘଟଣା । ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ 12 ବର୍ଷର ନାବାଳକ ରହିଛନ୍ତି । ତେବେ ଗତକାଲି ଅର୍ଥାତ ରବିବାର ମଧ୍ୟ ରାତ୍ରୀରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଦୁଇ ଜଣ ଆହତଙ୍କର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ତୁମାକୁରୁ ପୋଲିସର କହିବା ଅନୁସାରେ ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଥାନା ନିକଟରେ ଦୁର୍ଘଟଣା ଘଟିଥିବା କାରଣରୁ ସ୍ଥାନୀୟ ପୋଲିସ ଅଧିକାରୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଘଟଣାସ୍ଥଳରେ ହିଁ 6ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରକାଶଥାଉକି, ଗତ ଗୁରୁବାର ଦିନ ଦୁଇ ସ୍କୁଲ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ 2ଜଣ ସ୍କୁଲ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହକ ହୋଇଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.